Odiapua.com

ଋନ୍ଧନ ଗ୍ୟାସ ଓ ଖାଇବା ତେଳ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳର ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ

କୋରାପୁଟ ୦୧-୧୧(ଓଡିଆ ପୁଅ /ରଂଜନ ଦାସ) ରନ୍ଧନ ଗ୍ୟାସ ଓ ଖାଇବା ତେଳ ଦର ବୃଦ୍ଧି ପ୍ରତିବାଦରେ କୋରାପୁଟ ନିର୍ବାଚନମଣ୍ଡଳୀ ବିଜୁ ମହିଳା ଜନତା ଦଳର କର୍ମକର୍ତାମାନେ କୋରାପୁଟ ସହରରେ  ଶୋଭାଯାତ୍ରା କରିବା ସହ  ରାଷ୍ଟ୍ରପତିଙ୍କ  ଉଦ୍ଦେଶ୍ୟରେ ଦାବିପତ୍ର ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି ।ଜିଲ୍ଲା ସଭାନେତ୍ରୀ ଲତା ରାୟଙ୍କ ଅଧ୍ୟକ୍ଷତାରେ ଶତାଧିକ ମହିଳାମାନେ ସାଂସ୍କୃତିକ ପରିଷଦ ଛକରୁ ଶୋଭାଯାତ୍ରାରେ ସହର ପରିକ୍ରମା କରିବାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରି କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଥିଲେ । କେନ୍ଦ୍ର ସରକାର ତୁରନ୍ତ ଦର ହ୍ରାସ କରନ୍ତୁ ନତୁବା ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଭାନେତ୍ରୀ ଶ୍ରୀମତୀ ରାୟ ଚେତାବନୀ ଦେଇଛନ୍ତି । କରିବା ପାଇଁ ଦାବି କରିଛନ୍ତି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ଦାବିପତ୍ର ଗ୍ରହଣ କରିଥିଲେ ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ  ରଘୁରାମ ପଡାଲ , ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ଓ ଉପସଭାପତି ନାରସୁଲ କାମୁଡି ଜିଲ୍ଲାପରିଷଦ ସଦସ୍ୟା ତଥା କାର୍ଯ୍ୟକାରୀ ସଭାପତି ପାର୍ବତୀ ମସ୍ତି ,ଜୋନାଲ ସଭାନେତ୍ରୀ ରୀତା ପାଣିଗ୍ରାହୀ ,ବୈପାରୀଗୁଡା ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ପ୍ରମୁଖଙ୍କ ସହ ଶତାଧିକ ମହିଳା ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।