Odiapua.com

ଉଦ୍ଧାର ଶିଶୁକନ୍ୟାକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର

କୋରାପୁଟ :୨/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ରାମ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଥିବା ୩ ମାସର ଶିଶୁକନ୍ୟାଟିକୁ କୋରାପୁଟ ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି। ଗତକାଲି ରାତିରେ ଶିଶୁକନ୍ୟାକୁ ଚିକିତ୍ସା କରାଇବା ପରେ ଲକ୍ଷ୍ମୀପୁର ଚିକିତ୍ସାଳୟରେ ସୁରକ୍ଷିତ ଅବସ୍ଥାରେ ରଖାଯାଇଥିଲା। ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜେଶ୍ୱରୀ ଦାସ ପହଞ୍ଚିବା ପରେ ଡାକ୍ତର ପ୍ରତ୍ୟୁଷ ଜେନା ଓ ଲକ୍ଷ୍ମୀପୁର ଥାନା ଅଧିକାରୀ ଶ୍ୱେତପଦ୍ମା ସେଠ ଓ କର୍ମଚାରୀଙ୍କ ଉପସ୍ଥିତିରେ ଶିଶୁକନ୍ୟାକୁ ହସ୍ତାନ୍ତର କରିଥିଲେ। ଶିଶୁ ସୁରକ୍ଷା ଅଧିକାରୀ ଶିଶୁ କନ୍ୟା କୁ ନେଇ କୋରାପୁଟ ଯିବା ପର୍ଯ୍ୟନ୍ତ ଶିଶୁଟିର ଦାବିଦାର ଆସିନଥିଲେ। ଶିଶୁକନ୍ୟାକୁ ଆବଶ୍ୟକ ସୁରକ୍ଷା ପ୍ରଦାନ କରାଯାଇ ୪ମାସ ପର୍ଯ୍ୟନ୍ତ ରଖାଯିବା ପରେ ସରକାରଙ୍କ ନିୟମାନୁଯାୟୀ ଯେଉଁ ଦମ୍ପତି ଅନଲାଇନରେ ପୋଷ୍ୟ ସନ୍ତାନ କରିବା ପାଇଁ ପଞ୍ଜିକରଣ ଆବେଦନ କରିଥିବା ଆବେଦନକାରୀଙ୍କ ସିରିୟଲ ନମ୍ବର ଭାରତ ସ୍ତରରେ ଆସିବ ସେହି ଦମ୍ପତିଙ୍କୁ ପ୍ରଦାନ କରାଯିବ ବୋଲି ଶିଶୁ ସୁରକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଉଦ୍ଧାର ହୋଇଥିବା ଶିଶୁକନ୍ୟାଟି ସୁନାବେଡ଼ାର ବୋଲି କୁହାଯାଉଥିବା ବେଳେ ଯିଏକି ଲକ୍ଷ୍ମୀପୁର ନିକଟସ୍ଥ ଡୋଳିଆମ୍ବ ଗ୍ରାମର ଝିଅକୁ ବିବାହ କରି ସୁନାବେଡ଼ାରେ ରହୁଥିଲେ।କେଉଁ ପରିସ୍ଥିତିରେ ଶିଶୁକନ୍ୟା କୁ ଛାଡ଼ିଦିଆଯାଇଥିଲା।ପ୍ରକୃତରେ ତାଙ୍କର କି ନାହିଁ ବୋଲି କିଛି ସ୍ପଷ୍ଟ ଜଣାପଡିନାହିଁ।ଶିଶୁ ସୁରକ୍ଷା ଆୟୋଗ ରେ ଆବଶ୍ୟକ ପ୍ରମାଣ ଦେଇ ପାରିଲା ପରେ ହିଁ ଯାହା କିଛି ବ୍ୟବସ୍ଥା କରାଯାଇପାରିବ ବୋଲି ଥାନା ଅଧିକାରୀ ଶ୍ୱେତପଦ୍ମା ସେଠ ସୂଚନା ଦେଇଛନ୍ତି।