Odiapua.com

ଉଠା ଜଳସେଚନ ବିଭାଗର ସମୀକ୍ଷା କଲେ ନିଗମ ଅଧ୍ୟକ୍ଷ

କୋରାପୁଟ ୨୪-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସ୍ୱତନ୍ତ୍ର ସର୍କିଟ ହାଉସ ସଭାଗୃହଠାରେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ  ବିଭାଗର ସମୀକ୍ଷା କରିଥିଲେ ।କୋରାପୁଟ ବିଧାୟକ ରଘୁରାମ ପଡାଲ,ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି ,ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ , ଜିଲ୍ଲା ପରିଷଦ ସଭାପତି ତୁଲସି କିରସାନି ପ୍ରମୁଖ ସମୀକ୍ଷା ବୈଠକରେ ଯୋଗଦେଇ ଖରାପ ହୋଇପଡିଥିବା ପ୍ରକଳ୍ପକୁ ମରାମତି କରିବାକୁ  ମତବ୍ୟକ୍ତ କରିଥିଲେ ।ପ୍ରକଳ୍ପକୁ ତୁରନ୍ତ ମରାମତି କରିବାକୁ ନିଗମ ଅଧ୍ୟକ୍ଷ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଅଧୀକ୍ଷଣ ଯନ୍ତ୍ରୀ ଦିଲିପ ଦାସ , ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର ,ସହକାରୀ ଯନ୍ତ୍ରୀ ବିନୋଦ ଚନ୍ଦ୍ର ଦାସ , ଯୁଗଳ କିଶୋର ଟାକ୍ରୀ ,ପୂର୍ଣ୍ଣଚନ୍ଦ୍ର ସୀଠ, ତାପସ ଜେନା,ବିଜୟ ମହାରଥା ପ୍ରମୁଖ ଉପସ୍ଥିତ ଥିଲେ ।୨୦୧୮-୨୦୧୯ ଆର୍ଥିକ ବର୍ଷ ରେ ବୋରିଗୁମ୍ମାରେ ୫୦୦ ଟି ଗଭୀର ନଳକୂପ ପ୍ରକଳ୍ପ କାମ ଶେଷ ହୋଇଥିବା ବେଳେ ୨୦୨୦-୨୦୨୧  ଆର୍ଥିକ ବର୍ଷ ନିମନ୍ତେ ୧୯୦୦ ପ୍ରକଳ୍ପ ଅନୁମୋଦିତ ହୋଇଥିବା ଜଣାପଡିଛି ।୨୦୧୮-୧୯ ଆର୍ଥିକ ବର୍ଷରେ  ୮୦ ଟି ନଦୀ ଉଠା ପ୍ରକଳ୍ପ  କାର୍ଯ୍ୟ ଶେଷ ହୋଇଥିବା ବେଳେ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ୨୦ ଟି ପ୍ରକଳ୍ପ ଅନୁମୋଦିତ ହୋଇଥିବା ବେଳେ ୧୪ ଟି ପ୍ରକଳ୍ପର କାମ ଶେଷ ହୋଇଥିବା ଜଣାପଡିଛି ।୨୦୨୦-୨୦୨୧ ଆର୍ଥିକ ବର୍ଷ ନିମନ୍ତେ ୧୧୮ ଟି ପ୍ରକଳ୍ପ ଅନୁମୋଦିତ ହୋଇଥିବା ବେଳେ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡିଛି ।ସମୁଦାୟ ଜଲସେଚନର ୫୧ ପ୍ରତିଶତ ଉଠା ଜଳସେଚନ ନିଗମ କାର୍ଯ୍ୟ କରୁଥିବା ଅଧ୍ୟକ୍ଷ ଶ୍ରୀ ପତ୍ରୀ ସୂଚନା ଦେଇଛନ୍ତି ।ଉଠା ଜଳସେଚନ ନିଗମ ହିଁ ଲୋକଙ୍କ ଦାବିକୁ ପୂରଣ କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି ।ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସବୁବେଳ ଚାଷ ଓ ଚାଷୀକୁ ଗୁରୁତ୍ୱ ଦେଇଥାନ୍ତି ।କୋରାପୁଟ ଜିଲ୍ଲାରେ ଚାଷୀମାନେ କିଭଳି ସୁବିଧା ପାଉଛନ୍ତି ଓ କଣ ସବୁ ଅସୁବିଧା ରହିଛି ତାହାର ସମୀକ୍ଷା ଜିଲ୍ଲା ପରିଷଦ ସଭାପତି ଓ ବିଧାୟକମାନଙ୍କୁ ନେଇ ସମୀକ୍ଷା କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।