Odiapua.com

ଇଭିଏମ ଓ ଭିଭିପାଟ ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

କୋରାପୁଟ ; ତା୦୮-୦୧-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାପାଳ କେ .ସୁଦର୍ଶନ ଚକ୍ରବର୍ତି ଇଭିଏମ ଓ ଭିଭିପାଟ ରଥର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଆଜିଠାରୁ ମାସେ ପର୍ଯ୍ୟନ୍ତ ଜିଲ୍ଲାର ୨୦୨୮ ରାଜସ୍ୱ ଗ୍ରାମରେ ରଥ ଭ୍ରମଣ କରି ଭୋଟରମାନକୁଂ ମକ ପୋଲିଂ ମଧ୍ୟମରେ ସଚେତନ କରାଯିବ ବୋଲି ଜଣାପଡିଛି।କୋରାପୁଟ ଏଡିଏମ ଦେବେନ କୁମାର ପ୍ରଧାନ, ଉପଜିଲ୍ଲାପାଳ ଲଲିତ କୁମାର କହଁର, କୋରାପୁଟ ବିଡିଓ ନରେନ୍ଦ୍ର ନାୟକ, କୋରାପୁଟ ପୈାରାଂଚଳ ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ, ଡେପୁଟି କଲେକ୍ଟର (ନିର୍ବାଚନ) ସବ୍ୟସାଚୀ ବେହେରା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।କୋରାପୁଟ ପୈାରାଂଚଳର କହ୍ନେଇପୁଟଠାରେ ଭୋଟରମାନଙ୍କୁ ଦୁର୍ଗାମାଧବ ସାହୁ ଯୋଗଦେଇ ମକ ପୋଲିଂ ମାଧ୍ୟମରେ ସଚେତନ କରାଇଥିଲେ।କୋରାପୁଟ ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ପ୍ରସ୍ତୁତ କାଳିଆ ଯୋଜନାର ରଥକୁ ମଧ୍ୟ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏଥିରେ ଉପଜିଲ୍ଲାପାଳ ଲଲିତ କୁମାର କହଁର, କୋରାପୁଟ ନିୟନ୍ତ୍ରିତ ବଜାର କମିଟିର ସଂପାଦକ ତଥା ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ଉପସ୍ଥିତ ଥିଲେ।