Odiapua.com

ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ଗଲେ ପ୍ରସୂତି

ଭଦ୍ରକ,୨୪/୦୯,(ଓଡ଼ିଆ ପୁଅ ପି ନାଏକ):ପୁଣି ଖଟିଆରେ ବୁହାହଲେ ପ୍ରସୂତୀ । ଗାଁ କୁ ରାସ୍ତା ନଥିବାରୁ ଶେଷରେ ପ୍ରସୂତୀ ଖଟିଆ ମାଧ୍ୟମରେ ବୁହା ହୋଇଛନ୍ତି । ତେବେ ଏହି ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଠାରୁ ମାତ୍ର ୬ କିମି ଦୂରରେ ତେନ୍ତୁଲିଡ଼ିହି ପଂଚାୟତର କୁଲିବିନ୍ଦା ଗାଁ ରେ ଦେଖିବାକୁ ମିଳିଛି।

ତେନ୍ତୁଲିଡ଼ିହି ପଂଚାୟତ କୁଲିବିନ୍ଦା ଗାଁରେ ତ୍ରିଲୋଚନ ମହାନ୍ତିଙ୍କ ଝିଅଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଗାଁ ରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଏକ ଖଟିଆରେ ବୋହିନେଇ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ । ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ଆସିନଥିଲା । ପରେ ବାଧ୍ୟ ହୋଇ  ପ୍ରସୂତୀଙ୍କୁ ଏକ ଅଟୋ ଯୋଗେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ପରେ ପ୍ରସୂତୀଙ୍କର ଏକ ପୁତ୍ର ସନ୍ତାନ ହୋଇଥିଲା ।

ମହିଳା ସଶକ୍ତିକରଣ ନାଁ ମଦୁଆ ଆସକ୍ତିକରଣ ଯୋଜନା? ଡ୍ୟାନ୍ସ ବାରକୁ ନେଇ ପିଙ୍କିଙ୍କ ପ୍ରଶ୍ନ