Odiapua.com

ଆସନ୍ତା ୨୯ ରୁ ରାଜ୍ୟ କ୍ରୀଡା ଓ ଯୁବ ସେବା କର୍ମଚାରୀ ସଂଘ ୫ ଦଫା ଦାବି ନେଇ ଧାରଣା ଦେବେ

କୋରାପୁଟ ; ତା୨୨-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଆସନ୍ତା ୨୯ ତାରିଖରୁ ରାଜ୍ୟ କ୍ରୀଡା ଓଯୁବସେବା କର୍ମଚାରୀ ସଂଘ ୫ ଦଫା ଦାବି ନେଇ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ଗେଟ ସମ୍ମୁଖରେ ଦାବି ପୂରଣ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି କୋରାପୁଟର ସଭ୍ୟ ନୃସିଂହ ଚରଣ ସାହୁ ସୂଚନା ଦେଇଛନ୍ତି ।ଭୁବନେଶ୍ୱରଠାରେ ଆୟୋଜିତ ସଂଘର ବୈଠକରେ ଏହି ନିଷ୍ପତି ନିଆଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।ରାଜ୍ୟରେ ୧୦୨ ଅସ୍ଥାୟୀ କର୍ମଚାରୀ ଦିନରାତି ମଜୁରିଆଭାବରେ ବିଭିନ୍ନ ଛାତ୍ରାବାସରେ କାର୍ଯ୍ୟକରୁଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁ ନ ଥିବାରୁ ସଂଘ ଏହିଭଳି ନିଷ୍ପତି ନେଇଥିବା ସେ ସୂଚନା ଦେବା ସହ ଏଥିନିମନ୍ତେ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି ସେ ପ୍ରକାଶ କରିଥିଲେ ।କୋରାପୁଟରେ ୩ ଜଣ ଅସ୍ଥାୟୀ କର୍ମଚାରୀ ଅନେକ ବର୍ଷ ହେବ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ ।