Odiapua.com

ଆସନ୍ତା ରଥଯାତ୍ରାରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ୩ ରଥ ଗଡିବ

କୋରାପୁଟ ; ତା୦୩-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଆସନ୍ତା ରଥଯାତ୍ରାରେ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ୩ ରଥ ଗଡିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଚନ୍ତି।ଦେବୀ ସୁଭଦ୍ରାଙ୍କ ରତକୁ ମହିଳାମାନେ ଟାଣିବେ ଓ ମହିଳାମାନେ ହିଁ ପହଣ୍ଡି କରିବେ ବୋଲି ସେ ସୂଚନା ଦେଇଥିଲେ। ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଜାତୀୟ ରାଜପଥରେ ଗୋଟିଏ ରଥ ରହିବା ନିମନ୍ତେ ଉପଯୁକ୍ତ ସ୍ଥାନ ଥିଲା ଏବେ ୩ ଟି ରଥ ରହିବା ନିମନ୍ତେ ସ୍ଥାନ ଅଭାବ ରହିଥିବା ସେ ସୂଚନା ଦେଇଥିଲେ।ଏଥି ନିମନ୍ତେ କମିଟି ସଦସ୍ୟମାନେ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଉପସ୍ଥାପନା କରିବେ ବୋଲି ସେ ପ୍ରକାଶ କରିଥିଲେ। ରଥ ନିର୍ମାଣ ନିମନ୍ତେ ଆବଶ୍ୟକ କାଠ ପ୍ରେରଣ କରିବାକୁ କୋରାପୁଟ ବନଖଣ୍ଡ ଅଧିକାରୀଙ୍କୁ ଅନୁରୋଧ କରାଯାଇଥିଲା ଓ ସେ କାଠ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିବା ସେ ସୂଚନା ଦେଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଡ. ପି.ସି.ମହାପାତ୍ର, ଡ.ଜଗବନ୍ଧୁ ସାମଲ, ଉମାକାନ୍ତ ଦାଶ, ପି.ସି.ମିଶ୍ର, ନିଳାଦ୍ରୀ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।