Odiapua.com

ଆସନ୍ତା ଜାନୁଆରୀ ୧୫ରୁ ଜିଲ୍ଲାରେ ମାଣ୍ଡିଆ କ୍ରୟ କରାଯିବ

କୋରାପୁଟ ୦୬-୧୨(ଓଡିଆ ପୁଅ /ରଂଜନ ଦାସ)ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରୁ କୋରାପୁଟ ଜିଲ୍ଲାରେ ଖରିଫ ମାଣ୍ଡିଆ କ୍ରୟ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କମିଟି ବୈଠକରେ  କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର,ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ ,ଓରମାସ କାର୍ଯ୍ୟନିର୍ବାହୀ ଅଧିକାରୀ ରୋସନ କାର୍ତିକ ,ଟିଡିସିସି ମ୍ୟାନେଜର ସୁରେଶ ମଲ୍ଲିକ ,ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତା ,ଓଡିଶା ଜିବିକା ମିଶନ  ଓ ମିଶନ ଶକ୍ତିର କର୍ମକର୍ତାମାନେ ଉପସ୍ଥିତ ଥିଲେ ।ମିଲଟ ମିଶନର ଜିଲ୍ଲା ସଂଯୋଜକ ଶିବ ଶଙ୍କର ସେଠୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ମାଣ୍ଡିଆ କେଜି ପିଛା ୩୩ ଟଙ୍କା ୭୭ ପଇସାରେ କ୍ରୟ କରାଯିବ ବୋଲି ଜଣାପଡିଛି ।ଚଳିତ ଖରିଫରେ ଜିଲ୍ଲାରୁ ୮୫ ହଜାର ୩୦୦ କ୍ୱିଟାଂଲ ମାଣ୍ଡିଆ କ୍ରୟ କରିବାକୁ ଲକ୍ଷ୍ୟଧାର୍ଯ୍ୟ ଦିଆଯାଇଥିବା ଜଣାପଡିଛି ।କୋରାପୁଟ ଜିଲ୍ଲା  ଭାରପ୍ରାପ୍ତ ମୁଖ୍ୟ କୃଷି ଅଧିକାରୀ ବି.କେ.ସୋରେନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।