Odiapua.com

ଆସନ୍ତା ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା

ଭୁବନେଶ୍ୱର ୨୮-୭ (ଓଡ଼ିଆ ପୁଅ) ଦୁର୍ବଳ ହୋଇଛି ଲଘୁଚାପ। କିନ୍ତୁ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ସୂଚନା ମିଳିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲା କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ସର୍ବାଧିକ ବର୍ଷା ହୋଇଛି। ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିଛି। ଆଶା କରାଯାଉଛି ଆସନ୍ତା ୩୧ ତାରିଖରୁ ହେବାକୁ ଥିବା ବର୍ଷା ଦ୍ୱାରା ଚାଷୀକୁଳକୁ ଫାଇଦା ମିଳିବ।