Odiapua.com

ଆସନ୍ତାକାଲି କୁନ୍ଦୁଲି ଗଣଦୁଷ୍କର୍ମକୁ ବର୍ଷେ ପୂରିବ, କଂଗ୍ରେସ ବିଧାୟକ ଓ ନେତାମାନେ ଏହି ଦିନକୁ କଳା ଦିବସ ରୂପେ ପାଳନ କରିବେ

କୋରାପୁଟ; ୦୯-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଆସନ୍ତାକାଲି ବହୂଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମକୁ ବର୍ଷେ ପୂରିବ ନ୍ୟାୟ ନ ମିଳିବାରୁ କଂଗ୍ରେସ ବିଧାୟକ ଓ ଅନ୍ୟାନ୍ୟ କଂଗ୍ରେସ ନେତାମାନେ କଳା ଦିବସ ରୂପେ ପାଳନ କରିବେ ବୋଲି ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆସନ୍ତାକାଲି ପୂର୍ବାହ୍ନରେ କୁନ୍ଦୁଲିଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯିବ ଓ ଏଥିରେ ବିରୋଧି ଦଳ ନେତା ତାରା ପ୍ରସାଦ ବାହିନିପତି। ଜିଲ୍ଲା କଂଗ୍ରେସ କମିଟି ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ ନିମାଁଇ ସରକାର, ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ରୂପକ ତୁରୁକ ଓ ଅନେକ କଂଗ୍ରେସ ନେତା ଯୋଗଦେବେ ବୋଲି ସେ ପ୍ରକାଶ କରିଥିଲେ। ଏହାପରେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯାଳୟଠାରେ କଳାବ୍ୟାଚ ପିନ୍ଧି କଳା ଦିବସ ପାଳନ କରିବେ ବୋଲି ସେ ସୂଚନା ଦେଇଥିଲେ।

କୁନ୍ଦୁଲି ଗଣଦୁଷ୍କର୍ମ ନାବାଳିକାକୁ ନ୍ୟାୟ ଦେବାକୁ କଂଗ୍ରେସର ନେତୃସ୍ତରୀୟ ନେତାମାନେ ସହଯୋଗ କରି ନ ଥିଲେ ବୋଲି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଅଭିଯୋଗ କରିଥିଲେ। କୋରାପୁଟରୁ ଭୁବନେଶ୍ୱର ଓ ଦିଲ୍ଲୀ ଯାଇ ନାବଳିକାକୁ ନ୍ୟାୟ ଦେବା ନିମନ୍ତେ ସମସ୍ତଙ୍କୁ ମିଶିଲୁ ଓ ଦାବି କଲୁ କିନ୍ତୁ ନାବାଳିକାକୁ ନ୍ୟାୟ ମିଳିଲା ନାହିଁ ଶେଷରେ ସେ ଗତବର୍ଷ ଜାନୁଆରୀ ୨୨ ତାରିଖରେ ଆତ୍ମହତ୍ୟା କରିଥିଲା ବୋଲି ସେ ପ୍ରକାଶ କରିଥିଲେ। କୁନ୍ଦୁଲିରେ ଆନ୍ଦୋଳନ କରୁଥିବା ସମୟରେ ବର୍ତ୍ତମାନ କଂଗ୍ରେସର ମଙ୍ଗ ଧରିଥିବା ନେତାଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ନିବେଦନ କରିଥିଲୁ କିନ୍ତୁ ହେଲିକେପ୍ଟର ନ ମିଳିବା କାରଣରୁ ସେ ଆସିପାରି ନ ଥିଲେ ବୋଲି କୁହାଯାଇଥିଲା। ଆସନ୍ତାକାଲି ଶ୍ରଦ୍ଧାଞ୍ଜଳୀରେ ଯୋଗଦେବାକୁ ପୂର୍ବତନ ମନ୍ତ୍ରୀ ଡ. ଦାମୋଦର ରାଉତ ସହମତି ପ୍ରକାଶ କରିଥିଲେ କିନ୍ତୁ ଆଜି ଅପରାହ୍ନରେ ହେଲିକେପ୍ଟର ନ ମିଳିବା କାରଣରୁ ଆସିପାରୁ ନ ଥିବା ଜଣାଇଥିଲେ ବୋଲି ସେ ସୂଚନା ଦେଇଥିଲେ। ନେତାମାନଙ୍କ ନିମନ୍ତେ କଣ ହେଲିକେପ୍ଟର ବାଟମାରଣା ହେଉଛି କି ବୋଲି ସେ ପ୍ରଶ୍ନ କରିଥିଲେ। ଦଳିତମାନଙ୍କ ନିମନ୍ତେ ନ୍ୟାୟ ଦେବାକୁ ବିଜେଡି ନା ବିଜେପି ନା କଂଗ୍ରେସ ଦଳର ଦରଦ ନାହିଁ ବୋଲି ଅଭିଯୋଗ କରିଥିଲେ। କେବଳ ବିଏସପି ଦଳ ହିଁ ଦଳିତମାନଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଥିଲେ।