Odiapua.com

ଆମ ଗାଁ ଆମ ବିକାଶ ଯୋଜନାରେ କୋରାପୁଟ ଜିଲ୍ଲାର ୨୪୯୯ ପ୍ରକଳ୍ପ ମଧ୍ୟରୁ  ୨୧୦୨ ପ୍ରକଳ୍ପ କାର୍ଯ୍ୟ ଶେଷ

କୋରାପୁଟ  ୨୪-୦୨(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟ ସରକାର ଗ୍ରାମମାନଙ୍କ ବିକାଶ ନିମନ୍ତେ ୨୦୧୮ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଆମ ଗାଁ  ଆମ ବିକାଶ ଯୋଜନା ଶୁଭାରମ୍ଭ କରିଥିଲେ ।ଗାଁର ସମୂହ ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା ।ଏଥିରେ ଗୋଷ୍ଟୀ କେନ୍ଦ୍ର ,ମିଶନଶକ୍ତି ଗୃହ ,ପାଚେରୀ ଓ ସଦର ମଣ୍ଡପ ପ୍ରଭୃତି କାର୍ଯ୍ୟ  ୧୪ ଟି ବ୍ଲକ ପ୍ରଶାସନ ଦ୍ୱାରା ହାତକୁ ନିଆଯାଇଥିଲା ।କୋରାପୁଟ ଜିଲ୍ଲାର ୨୪୯୯ ପ୍ରକଳ୍ପ ମଧ୍ୟରୁ ୨୧୦୨ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ସୂଚନା ଦେଇଛନ୍ତି ।ମୋଟ ପ୍ରକଳ୍ପ ମଧ୍ୟରୁ ୩୯୭ ଟି ପ୍ରକଳ୍ପର କାର୍ଯ୍ୟ ଚାଲୁଥିବା ସେ ପ୍ରକାଶ କରିଛନ୍ତି ।କୋଟପାଡ ବ୍ଲକ ୯୯ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ଶେଷ କରିଥିବା ଜଣାପଡିଛି ।କୋଟପାଡ ବ୍ଲକର ୧୫୮ ଟି ପ୍ରକଳ୍ପ ମଧ୍ୟରୁ ୧୫୬ ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି ।ବନ୍ଧୁଗାଁ ବ୍ଲକର ୧୬୦ ଟି ପ୍ରକଳ୍ପ ମଧ୍ୟରୁ ୧୧୦ ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ବେଳେ ବୈପାରୀଗୁଡା ବ୍ଲକର  ୨୦୯ ପ୍ରକଳ୍ପରୁ ୧୯୯  ,ବୋରିଗୁମ୍ମା ବ୍ଲକର  ୨୯୦ ପ୍ରକଳ୍ପରୁ ୧୯୩ ,ଦଶମନ୍ତପୁର ବ୍ଲକର ୧୬୯ ପ୍ରକଳ୍ପରୁ ୧୫୪ ,ଜୟପୁର ବ୍ଲକର ୨୪୩ ପ୍ରକଳ୍ପରୁ ୧୭୯ ,କୋରାପୁଟ ବ୍ଲକର ୧୩୨ ପ୍ରକଳ୍ପରୁ ୧୨୧ ,କୁନ୍ଦ୍ରା ବ୍ଲକର  ୨୧୫  ପ୍ରକଳ୍ପରୁ ୧୩୯ ,ଲମତାପୁଟ ବ୍ଲକର ୧୪୨ ପ୍ରକଳ୍ପରୁ  ୧୩୯ ,ଲକ୍ଷ୍ମିପୁର ବ୍ଲକର ୧୭୫ ପ୍ରକଳ୍ପରୁ ୧୫୯ ,ନନ୍ଦପୁର ବ୍ଲକର ୧୯୯ ପ୍ରକଳ୍ପରୁ ୧୬୬ ,ନାରାୟଣପାଟଣା ବ୍ଲକର ୧୪୨ ପ୍ରକଳ୍ପରୁ ୧୩୪ ,ପଟ୍ଟାଙ୍ଗୀ ବ୍ଲକର ୧୬୩ ପ୍ରକଳ୍ପରୁ ୧୫୪ ଓ ସେମିଲିଗୁଡା ବ୍ଲକର ୧୦୨ ପ୍ରକଳ୍ପରୁ ୯୯ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି ।ଜିଲ୍ଲାର ୨୪୯୯ ପ୍ରକଳ୍ପ ନିମନ୍ତେ ୫୫ କୋଟି ୧୯ ଲକ୍ଷ ୨୫ ହଜାର ୪୦୦ ଟଙ୍କା ମଞୁରୀ ହୋଇଥିବା ବେଳେ ୩୮ କୋଟି ୬୪ ଲକ୍ଷ ୪୨ ହଜାର ୧୮୩ ଟଙ୍କା ଖର୍ଚ୍ଚ ହୋଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।ଯେଉଁ ପ୍ରକଳ୍ପ ଗୁଡିକ ସଂପୂର୍ଣ୍ଣ ହୋଇ ନାହିଁ ତାହାକୁ ତୁରନ୍ତ ସଂପୂର୍ଣ୍ଣ କରିବାକୁ ଜିଲ୍ଲାର ସମସ୍ତ  ଗୋଷ୍ଠି ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ।