Odiapua.com

ଆମ୍ବଗାଁରେ ପୁଣି ଆରମ୍ଭ ହେଲା ପାଚେରୀ ନିର୍ମାଣ,ଗ୍ରାମବାସୀ ପୁଲିସର ଦ୍ୱାରସ୍ଥ

କୋରାପୁଟ ; ତା୧୪-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) ଆମ୍ବଗାଁ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପରେ ପାଚେରୀ କାମ ଆରମ୍ଭ କରିବାକୁ ସମ୍ପୃକ୍ତ ଠିକା କମ୍ପାନୀକୁ ନିଦେ୍ର୍ଦଶ ଦେଇଥିଲେ । ପ୍ରଶାସନର ନିଦେ୍ର୍ଦଶ ମୂତାବକ ସମ୍ପୃକ୍ତ ଠିକା କମ୍ପାନୀ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲା କିନ୍ତୁ ମାତ୍ର ଚାରି ପାଂଚ ଦିନର ବ୍ୟବଧାନ ପରେ ପ୍ରଶାସନର ନିଦେ୍ର୍ଦଶକୁ ଅବମାନନା କରି ପୁଣି ଗତକାଲି ଠାରୁ ପାଚେରୀ କାମ ଆରମ୍ଭ କରିଥିବାରୁ ଆମ୍ବଗାଁ ଗ୍ରାମବାସୀ କମ୍ପାନୀ ବିରୁଦ୍ଧରେ ପୁଲିସର ଦ୍ୱାରସ୍ତ ହୋଇଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଦାମନଯୋଡି ଥାନା ଅଧିକାରୀଙ୍କୁ ଠିକା କମ୍ପାନୀ ବିରୁଦ୍ଧରେ ଏକ ଏତେଲା ଦିଆ ଯାଇଥିବାବେଳେ ଗାଁର ସମସ୍ତେ ପାଚେରୀ ନିର୍ମାଣ ସ୍ଥାନରେ ଧାରଣା ଦେଇ ଠିକା କମ୍ପାନୀର ମନମାନିକୁ ବିରୋଦ୍ଧ କରିଛନ୍ତି । ଖବର ପାଇ ସୁନାବଡୋ ଏସଡିପିଓ ନିରଂଜନ ବେହେରା, ଥାନା ଅଧିକାରୀ ସହଦେବ ମହାପାତ୍ର,ସେମିଲିଗୁଡା ଅତିରିକ୍ତ ତହସିଲଦାର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ତେବେ ପରିସ୍ଥିତି ଉତେଜନା ପୂର୍ଣ ରହିଥିବାରୁ ସେଠାରେ ପୁଲିସ ମୂତୟନ କରା ଯାଇଛି ।