Odiapua.com

ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଖୁସି ଖବର ..

ଭୁବନେଶ୍ୱର: ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ଖୁସି ଖବର। ଆମେରିକାରେ ଟ୍ରମ୍ପ୍ ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇ ଏକ ନିର୍ଦ୍ଦିଷ୍ଟ ବର୍ଗର H-1B ଭିସାଧାରୀ ଦମ୍ପତିଙ୍କୁ ଦେଶରେ କାର୍ଯ୍ୟ କରିବାକୁ ଅନୁମତି ଦେବା ପାଇଁ ସଙ୍ଘୀୟ ଜିଲ୍ଲା ଅଦାଲତକୁ ସୁପାରିଶ କରିଛନ୍ତି। ଏହା ସହିତ H-1B ଭିସାଧାରୀଙ୍କ ପତିଙ୍କୁ ଆମେରିକାରେ କାମ କରିବାକୁ ଅନୁମତି ଦିଆଯିବ। ପୂର୍ବରୁ ଟ୍ରମ୍ପ ସରକାର ଏହା ବିରୁଦ୍ଧରେ ଥିଲେ। କିନ୍ତୁ, ନିଜର ଆଭିମୁଖ୍ୟ ବଦଳାଇ ପୂର୍ବବର୍ତ୍ତୀ ଓବାମା ସରକାରଙ୍କ ନିୟମକୁ ବନ୍ଦ ନ’କରିବାକୁ ଟ୍ରମ୍ପ ପ୍ରଶାସନ ଅନୁରୋଧ କରିଛନ୍ତି। ଫଳରେ H-1B ଭିସାଧାରୀଙ୍କ ପତି ମଧ୍ୟ ଆମେରିକାରେ କାମ କରିପାରିବେ।

ଆମେରିକାର ଗୃହ ମନ୍ତ୍ରଣାଳୟ (ଡିଏଚଏସ୍) ଚଳିତ ସପ୍ତାହରେ ଜିଲ୍ଲା କୋର୍ଟ, ୱାଶିଂଟନରେ ଦଲିଲ ଦେଇଛନ୍ତି ଯେ H- 4 ଭିସାଧାରୀଙ୍କୁ ଆମେରିକାରେ କାର୍ଯ୍ୟ କରିବାକୁ ୨୦୧୫ ଅନୁମୋଦନକୁ ଚୁନୌତି ଦେଇଥିବା ଆମେରିକାର ବୈଷୟିକ କର୍ମଚାରୀ (ଟେକ୍ନୋଲୋଜି ପ୍ରଫେସନାଲ୍) ମାନଙ୍କୁ ଏହାଦ୍ୱାରା କୌଣସି କ୍ଷତି ହେବନାହିଁ। H-1B ଧାରୀ ଦମ୍ପତି ମାନଙ୍କ ପାଇଁ H- 4 ଭିସା ଆମେରିକାର ନାଗରିକତା ଏବଂ ଇମିଗ୍ରେସନ୍ ସର୍ଭିସେସ୍ (USCIS) ଦ୍ୱାରା ଭିସାଧାରୀଙ୍କ ପରିବାର ସଦସ୍ୟଙ୍କୁ (ପତି- ପତ୍ନୀ ଏବଂ ୨୧ ବର୍ଷ ପର୍ଯ୍ୟନ୍ତ ପିଲା) ଦିଆଯାଇଥାଏ। ଏହା ସାଧାରଣତଃ ସେମାନଙ୍କୁ ଦିଆଯାଏ, ଯେଉଁମାନେ ନିଯୁକ୍ତି ଭିତ୍ତିକ ଆଇନଗତ ସ୍ଥାୟୀ ବାସିନ୍ଦା ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି।

DHS କହିଛି ଯେ ‘ସେଭ୍ ଜବ୍ସ ୟୁଏସ୍’ ଅନୁଯାୟୀ ଆମେରିକୀୟ ବୈଷୟିକ କର୍ମଚାରୀ ସଦସ୍ୟଙ୍କ ପାଇଁ ସମ୍ଭାବ୍ୟ ଆର୍ଥିକ କ୍ଷୟକ୍ଷତିର ଆକଳନ କରାଯାଇଛି। ସୂଚନାଯୋଗ୍ୟ ଯେ, ‘ସେଭ୍ ଜବ୍ସ ୟୁଏସ୍’ ପକ୍ଷରୁ ୨୦୧୫ ମସିହାରେ ଦାଖଲ ହୋଇଥିବା ମକଦ୍ଦମାରେ ଓବାମା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଏହି ନିୟମ ଦ୍ୱାରା ଆମେରିକୀୟ ବୈଷୟିକ କର୍ମଚାରୀ ମାନଙ୍କୁ କ୍ଷତି ପହଞ୍ଚାଇବ ବୋଲି ଅଭିଯୋଗ କରଯାଇଥିଲା। -ଦେବଦତ୍ତ ରଥ

ଆଜିଠୁ ଆରମ୍ଭ ଜ୍ୟେଷ୍ଠ ମାସ; ପଡ଼ିବ ଏହି ସବୁ ପର୍ବପର୍ବାଣୀ ..