Odiapua.com

ଆନ୍ଧ୍ର ଅନୁପ୍ରବେଶ ବହୁତ ହୋଇଗଲାଣି ,ଏଣିକି ଆସିଲେ ମାଡ ଖାଇବ ବୋଲି ଚେତାବନୀ ଦେଲେ ବିଧାୟକ ପୀତମ ପାଢୀ

କୋରାପୁଟ ୦୬-୦୮(ଓଡିଆ ପୁଅ /ରଂଜନ ଦାସ)କୋଟିଆ ପଂଚାୟତର ଗ୍ରାମପୁଞରେ ଆନ୍ଧ୍ର ବାରମ୍ବାର ଅନୁପ୍ରବେଶ କରୁଛି ।ଆନ୍ଧ୍ରପ୍ରଦେଶର ରାଜନେତା ,ସାମାଜିକ କର୍ମି ଓ ସରକାରୀ ଅଧିକାରୀ ବାରମ୍ବାର କୋଟିଆରେ ଅନୁପ୍ରବେଶ କରୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇସାରିଛି ।ଆନ୍ଧ୍ରପ୍ରଦେଶର ଲୋକସତା ଦଳ ରାଜ୍ୟ ସଭାପତି ବି.ଏସ.ବାବଜି କୋଟିଆ ପଂଚାୟତ ସଦର ମହକୁମାକୁ ଆସି ଲୋକମାନଙ୍କ ସହ ଆଲୋଚନା କରିଥିଲେ ।ପରେ ପଂଚାୟତ ସଭାଗୃହ ପିଣ୍ଡାରେ ଏକ ବୈଠକ କରି ଲୋକଙ୍କୁ ଆନ୍ଧ୍ରପ୍ରଦେଶ ସଂପର୍କରେ ପ୍ରଲୋଭନ ଦେଖାଇଥିବା ସୂଚନା ମିଳିଛି ।
ଆନ୍ଧ୍ରପ୍ରଦେଶର ରାଜନେତା ,ସାମାଜିକ କର୍ମି ଓ ସରକାରୀ ଅଧିକାରୀମାନେ କୋଟିଆରେ ପ୍ରବେଶ କରି ବିଶୃଖଂଳା ସୃଷ୍ଟି କରୁଛନ୍ତି ବୋଲି ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ପ୍ରକାଶ କରିଛନ୍ତି ।ସେମାନେ ଯେଉଁ ଉଦ୍ଦେଶ୍ୟ ନେଇ ଆସୁଛନ୍ତି ତାହା ସଫଳ ହେବ ନାହିଁ ବୋଲି ସୂଚନା ଦେଇଛନ୍ତି ।କୋଟିଆରେ ତାଙ୍କର ନିଜସ୍ୱ ଅଫିସ ନାହିଁ କିପରି ସଭା କଲେ ଲଜ୍ୟା ଲାଗିବା କଥା ବୋଲି ସେ ପ୍ରକାଶ କରିଛନ୍ତି ।ଏଭଳି ଘଟଣାକୁ ସେ ନିନ୍ଦନୀୟ ବୋଲି ପ୍ରକାଶ କରିବା ସହ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଦୃଷ୍ଠି ଆକର୍ଷଣ କରିବେ ବୋଲି ସୂଚନା ଦେଇଛନ୍ତି ।ସେମାନଙ୍କୁ କିଏ ପଂଚାୟତ ସଭାଗୃହର ଚାବି ଦେଇଛି ତାହାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।ଆନ୍ଧ୍ରର ଅନୁପ୍ରବେଶ ବହୁତ ହୋଇଗଲାଣି ଏଥର ଯିଏ ବି ଆସିବ ମାଡ ଖାଇବ ବୋଲି ସେ ଚେତାବନୀ ଦେଇଛନ୍ତି ।