Odiapua.com

ଆନ୍ଧ୍ରର ଦାଦାଗିରି ! ଓଡିଶା କରିଥିବା ରାସ୍ତା ଉପରେ ଆନ୍ଧ୍ରର ରାସ୍ତା ନିର୍ମାଣ

କୋରାପୁଟ ୧୮-୧୨ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ ସୁନାବେଡାରେ ସୀମା ବିବାଦ ସମାଧାନ ହୋଇ ନ ଥିବା ବେଳେ ଆନ୍ଧ୍ରର ଦାଦାଗିରି ପୁଣି ଦେଖାଦେଇଥିବା ଜଣାପଡିଛି।ଓଡିଶା ନିର୍ମାଣ କରିଥିବା ରାସ୍ତା ଉପରେ ପୁଣି ଆନ୍ଧ୍ର ତରଫରୁ ରାସ୍ତା ନିର୍ମାଣ କରାଯାଇଥିବା ଜଣାପଡିଛି। ଏହି ଖବର ଶୁଣିବା ପରେ ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା ଘଟଣାସ୍ଥଳକୁ ୍‌ାଇ ଫେରିଆସିଥିବା ଜଣାପଡିଛି।ସୀମା ବିବାଦକୁ ସୁନାବେଡା ଓ ଆନ୍ଧ୍ରର ସୀମାବର୍ତ ଗ୍ରାମବାସୀଙ୍କ ମଧ୍ୟରେ ସୀମା ବିବାଦକୁ ନେଇ ଲାଗି ରହିଥିବା ବିବାଦକୁ ସମାଧାନ କରିବା ନିମନ୍ତେ ଗତ ୩ ତାରିଖରେ ସୁନାବେଡାଠାରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଉପସ୍ଥିତିରେ ଆନ୍ଧ୍ର ଅଧିକାରୀମାନଙ୍କ।ାଲୋଚନା କରାଯାଇଥିଲା।ସୀମା ନିର୍ଦ୍ଧାରଣ ପର୍ଯ୍ୟନ୍ତ ଉଭୟ ଗ୍ରାମବାସୀ ସାନ୍‌ତି ବଜାୟ ରଖିବାକୁ ନିବେଦନ କରାଯାଇଥିଲା।ଗତ ୪ ତାରିଖରୁ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀ ଅର୍ଚ୍ଚନା ଦାସ, ତହସିଲଦାର ହରିପଦ ମଣ୍ଡଳ ଓ ରାଜସ୍ୱ କର୍ମଚାରୀମାନେ ସୁନାବେଡା ଯାଇ ସର୍ଭେ ଶେଷ କରିଥିବା ଜଣାପଡିଛି।ଆନ୍ଧ୍ରର ଅଧିକାରୀମାନେ କେବେ ଆସିବେ ଓ ଯୁଗ୍ମ ସର୍ଭେ କରାଯାଇ ସୀମା ନିର୍ଦ୍ଧାରଣ କରାଯିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସୀମା ନିର୍ଦ୍ଧାରଣ ହୋଇ ନ ଥିବା ବେଳେ ତରବର ହୋଇ କାହିଁକି ଆନ୍ଧ୍ରର ଡୁମୁରିଗୁଡା ମଣ୍ଡଳ ରାସ୍ତା ନିର୍ମାଣ କଲେ ତାହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।କୋରାପୁଟ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହେଉଛି।