Odiapua.com

ଆକାଶଗୁଡାରେ ଡମ୍ପିଂ ୟାର୍ଡ ବନ୍ଦ କରିବାକୁ ଦାବି

କୋରାପୁଟ ୦୪-୧୧(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଆକାଶଗୁଡା ଡମ୍ପିଂ ୟାର୍ଡ ବନ୍ଦ କରିବାକୁ ଗ୍ରାମବାସୀମାନେ ଦାବି କରି ମଇଲା ଭର୍ତି ୨ ଟି ଟ୍ରାକ୍ଟରକୁ ୪ ଘଂଟା ଅଟକ ରଖିଥିଲେ ।କୋରାପୁଟ ସହର ଗଲେ ଚୁଲି ଚଳେ କିନ୍ତୁ ଉକ୍ତ ରାସ୍ତା ଦେଇ କୋରାପୁଟ ଯିବାକୁ ଭୟ ଲାଗୁଛି ।କାରଣ ଡମ୍ପିଂ ୟାର୍ଡରେ ବନ୍ୟଜନ୍ତୁ ବାସ କରୁଛନ୍ତି ।ଗତକାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଭାଲୁ ଆକ୍ରମଣ କରିଥିଲା ।ତେଣୁ ତୁରନ୍ତ ଡମ୍ପିଂ ୟାର୍ଡ ବନ୍ଦ କରିବାକୁ ଗ୍ରାମର ଗୋକୁଲ ଚନ୍ଦ୍ର ତୁରୁକ ଓ ପ୍ରମିଲା ତୁରୁକ ଦାବି କରିଛନ୍ତି ।ଗ୍ରାମବାସୀମାନେ ଟ୍ରାକ୍ଟରକୁ ଅଟକ ରଖିଥିବା ଖବର ପାଇ ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି ଘଟଣାସ୍ଥଳକୁ ଯାଇ ଲୋକମାନଙ୍କୁ ବୁଝାଇବା ଥିଲେ ।୪ ଘଂଟା ପରେ  ୨ଟି ଟ୍ରାକ୍ଟରକୁ  ଛାଡିଥିଲେ ।ମଇଲା ଭର୍ତି ଗୋଟିଏ ଟ୍ରାକ୍ଟର ମ୍ୟୁନସିପାଲଟି ଅଫିସ ସମ୍ମୁଖରେ ରଖାଯାଇଥିବା ଜଣାପଡିଛି ।ଆକାଶଗୁଡାରେ ଡମ୍ପିଂ ୟାର୍ଡ କରିବା ନିୟମ ବିରୁଦ୍ଧ ବୋଲି ଶ୍ରୀ ବାହିନିପତି ପ୍ରକାଶ କରିଛନ୍ତି ।ଡମ୍ପିଂ ୟାର୍ଡ କରିବା ଦ୍ୱାରା ଏଠାରେ ବଳଦ ଓ ଭାଲୁ ମୃତ୍ୟୁବରଣ କରିଥିବା ସେ ଅଭିଯୋଗ କରିଛନ୍ତି ।ଆକାଶଗୁଡା ଡମ୍ପିଂ ୟାର୍ଡ ତୁରନ୍ତ ବନ୍ଦ କରନ୍ତୁ ଯଦି ମଇଲାଭର୍ତି ଗାଡି ପୁର୍ନବାର ଆସିବ ତେବେ ବିରୋଧ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିବା ସହ ରାସ୍ତାରେ ଷ୍ଟ୍ରିଟ ଲାଇଟ ସ୍ଥାପନ କରିବାକୁ  ଦାବି କରିଛନ୍ତି ।