Odiapua.com

ଆଉ ଏକ ସକାଳ ପୁସ୍ତକ ଲୋକାର୍ପିତ

ଯାଜପୁର୨୭ା୮ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଶିକ୍ଷାବିତ୍‌, ସାମାଜ ବିଜ୍ଞାନୀ, ସାହିତ୍ୟିକ ପ୍ରପେଂସର ଚିତ୍ତ ରଂଜନ ଦାସଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଆଉ ଏକ ସକାଳ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଗୁରୁବାର ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଙ୍କ କାର୍ଯ୍ୟାଳୟ ପରିରସରରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଓ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଏହି ପୁସ୍ତକ ଉନ୍ମୋଚନ କରିଥିଲେ। ଶିକ୍ଷା ସନ୍ଧାନ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ଚିତ୍ତ ରଂଜନ ଦାସ ଜନ୍ମ ଶତ ବାର୍ଷିକୀ ବକ୍ତୃତା ମାଳା, ଆଲୋଚନା ଚକ୍ର ଦ୍ୱାରା ସଂପାଦିତ କରାଯାଇଛି। ଏହାର ପରିକଳ୍ପନା ରମାକାନ୍ତ ସ୍ୱାଇଁ ଓ ସଂଯୋଜନା ଡଃ ଚନ୍ଦନ କୁମାର ସିଂହ କରିଛନ୍ତି। ଚିତ୍ତ ରଂଜନ ଦାସଙ୍କ ବ୍ୟକ୍ତିତ୍ୱ, ନିଷ୍ଠା, କାର୍ଯ୍ୟ ଦକ୍ଷତା, ସାହିତ୍ୟ କୃତି ଅବର୍ଣ୍ଣନୀୟ। ଅପର ପକ୍ଷରେ ଶ୍ରୀମା ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ପ୍ରପେଂସର ଦାସଙ୍କ ଜୀବନୀ ଅନେକଙ୍କୁ ଉଦ୍‌ବୁଦ୍ଧ କରିଛି ଓ ପ୍ରେରଣା ଦେଇ ଚାଲିଥିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଓ ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରଫେସର ଦାସଙ୍କ ଅନୁଗାମୀ ତଥା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ପ୍ରମୁଖ ଏହି ଉନ୍ମୋଚନ ସମୟରେ ଉପସ୍ଥିତ ଥିଲେ। ଜିଲ୍ଲା ଜରୁରୀ ବିଭାଗର ମୁଖ୍ୟ କିରାଣୀ ବ୍ରହ୍ମାନନ୍ଦ ଜେନା, ଅରୁଣ କୁମାର ସାହୁ, ସୁଦିପ୍ତ କୁମାର ପଣ୍ଡା, ସୁଭାଶିଷ ଯେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।