ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ମଦ କାରବାର ଉପରେ କଡ଼ାକଡ଼ି ଆଇନ ଲାଗୁ କରିବାକୁ ଯୋଜନା କରୁଥିବା ବେଳେ ଆକ୍ସନ ମୋଡ଼ରେ ଏବେ ଭଦ୍ରକ ସହରାଂଚଳ ପୋଲିସ । ସର୍ବସାଧାରଣ ସ୍ଥାନରେ ମଦ ପିଉଥିବା ମଦୁଆଙ୍କୁ ସାବାଡ଼ କରିବାକୁ ପୋଲିସ କଡ଼ା ଆକ୍ସନ ନେଇଛି । ଭଦ୍ରକ ସହରାଂଚଳ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ନେତୃତ୍ୱରେ ଭଦ୍ରକ ସହରର ବାଇପାସ୍, ଚରମ୍ପା ଓ ବନ୍ତ ଛକ ମଦ ଦୋକାନ ବାହାରେ ଖୁଲମଖୁଲା ମଦ ପିଉଥିବା ମଦୁଆଙ୍କୁ ମାଡ ଆଉ ଘଉଡ଼ାଇବାର ଦୃଶ୍ୟ ଦେଖିବାକୁ ମିଳିଛି । ମଦ ଦୋକାନରୁ ମଦ କିଣି ସେହିଠାରେ ମଦ ପିଉଥିବା ବେଳେ ପୋଲିସ ଆକ୍ସନ ନେଇଛି ।