କୋରାପୁଟ ୧୩-୦୨ (ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ସ୍ଥିତ ପ୍ରଥମ ଭାରତୀୟ ରିଜର୍ଭ ବାଟ୍ଟାଲିଅନ୍(ଆଇଆରବି)ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଜିଲା ରକ୍ତ ଭଣ୍ଡାର ଅଧିକାରୀ ଡା.ରତିକାନ୍ତ ଖଟୁଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଶିବିରରେ କମାଣ୍ଡାଂଟ ମନୋରଂଜନ ବିଶ୍ୱାଳ ପ୍ରଥମେ ରକ୍ତଦାନ କରି ଶିବିରକୁ ଉଦଘାଟନ କରିଥିଲେ। ଡ୍ୟୁଟି ସମୟରେ ଗୋଟିଏ ହାତ ହରାଇଥିବା ଯବାନ୍ ସୁବାସ ଚନ୍ଦ୍ର ନାୟକ, ସହକାରୀ କମାଣ୍ଡାଂଟ ଭବାନୀ ସେଠ୍, ସୁଶାନ୍ତ କୁମାର ଦାଶ, ଡା.ମୃତ୍ୟୁଂଜୟ ଖଟେଇ, ବିଏସଏଫ୍ ସହକାରୀ କମାଣ୍ଡାଂଟ ଅରବିନ୍ଦ କୁମାରଙ୍କ ସମେତ ବିଏସଏଫ୍ ଏବଂ ଆଇଆରବିର ଯବାନମାନେ ର୍କତଦାନ କରିଥିଲେ। ଶିବିରରେ ୭୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
ଆଇଆରବି ବାଟ୍ଟାଲିଅନରେ ରକ୍ତଦାନ ଶିବିର
