Odiapua.com

ଆଇଆରବି କମାଣ୍ଡାଂଟଙ୍କ ବିରୁଦ୍ଧରେ ମାମଲା ରୁଜୁ

କୋରାପୁଟ ;ତା୧୧-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ଜଣେ ପରୀକ୍ଷାର୍ଥୀଙ୍କୁ ମାଡ ମାରିବା ଓ ଜାତିଆଣ ଆକ୍ଷେପ କରିବା ଅଭିଯୋଗରେ ଇଣ୍ଡିଆନ ରିଜର୍ଭ ବାଟ୍ଟାଲିଅନ-୧ କୋରାପୁଟର କମାଣ୍ଡାଂଟ ବିଭୂତି ଭୂଷଣ ପଣ୍ଡାଙ୍କ ବିରୁଦ୍ଧରେ କୋରାପୁଟ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲା ତେନ୍ତୁଳିଖୁଂଟିର ନାରାୟଣ ହରିଜନ ନାମକ ଜଣେ ଯୁବକ କୋରାପୁଟ ଓଏସଏପି ପଡିଆରେ ଚାଲିଥିବା ଆଇଆରବି କନେଷ୍ଟବୁଲ ପଦବୀ ପାଇଁ ପରୀକ୍ଷା ଦେଉଥିଲେ। ସମସ୍ତ ପରୀକ୍ଷାରେ ସେ ସଫଳ ହୋଇଥିବାବେଲେ ବିନା କାରଣରେ ନାରାୟଣଙ୍କୁ କାଟି ଦିଆ ଯିବାରୁ ସେ ପ୍ରତିବାଦ କରିଥିଲେ। ଘଟଣାକୁ ନେଇ ଆଇଆରବି କମାଣ୍ଡାଂଟ ଶ୍ରୀ ପଣ୍ଡା ନାରାୟଣଙ୍କୁ ମାଡ ମାରିବା ସହ ଜାତିଆଣ ଆକ୍ଷେପ କରି ଗାଳି ଗୁଲଜ କରିଥିବା ଟାଉନ ଥାନାରେ ସେ ଅଭିଯୋଗ କରିଥିଲେ। ଟାଉନ ଥାନା ପୁଲିସ କମାଣ୍ଡାଂଟ ପଣ୍ଡାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ କ୍ଷୀରେଶ୍ୱର ସାହୁ ପ୍ରକାଶ କରିଛନ୍ତି।