Odiapua.com

ଅସ୍ତ୍ରୋପଚାର ନିମନ୍ତେ ଦିଲ୍ଲୀ ଯିବ ଶିବ

କୋରାପୁଟ ୧୨-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ)ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗୀମଠ ଗ୍ରାମର ଟୁନା ପରଜାଙ୍କ ପୁଅ ଶିବ ଶଙ୍କର ପରଜା(୧୪)ର ମୁଣ୍ଡ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅସ୍ତ୍ରୋପଚାର ନିମନ୍ତେ କୋରାପୁଟ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଦିଲ୍ଲୀ ଯିବ ବୋଲି ଜଣାପଡିଛି। ଶିବକୁ ବର୍ତମାନ ୧୪ ବର୍ଷ ହୋଇଥିବା ବେଳେ ୩ ବର୍ଷ ପୂର୍ବରୁ ତାର ମୁଣ୍ଡ ବୃଦ୍ଧି ପାଇଥିବା ବାପା ଟୁନା ପରଜା ପ୍ରକାଶ କରିଛନ୍ତି।ପୂର୍ବରୁ କଟକ ନିଆଯାଇଥିଲା କିନ୍ତୁ ସେଠାରୁ ଫେରାଇ ଦିଆଯାଇଥିବାରୁ ତାକୁ ଗ୍ରାମକୁ ନେଇଆସିଥିଲୁ ବୋଲି ସେ ସୂଚନା ଦେଇଥିଲେ।ଶିବକୁ ସରକାର ତରଫରୁ ୧୦ କେଜି ଚାଉଳ ଓ ୫୦୦ ଟଙ୍କା ଭତା ମିଲୁଥିବା ସେ ପ୍ରକାଶ କରିଥିଲେ।ବଣରୁ କାଠ ଆଣି ବିକ୍ରୀ କରି ପରିବାର ପୋଷଣ କରେ ବୋଲି ଟୁନା ସୂଚନା ଦେଇଥିଲେ।ଟୁନାକୁ ଏ ପଯ୍ୟନ୍ତ ଇନ୍ଦିରା ଆବାସ ମିଳି ନ ଥିବା ସେ ଅଭିଯୋଗ କରିଥିଲେ।ଦିଲ୍ଲୀ ଯାଇ ପୁଅ ଭଲ ହୋଇ ଫେରିବ ବୋଲି ସେ ଆଶା ରଖିଛନ୍ତି।ଆଜି ବୈରାଗୀମଠ ଗ୍ରାମରୁ ଶିବକୁ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି କରାଯାଇଛି ବୋଲି ମ୍ୟାନେଜର ବିଭୁ ରଂଜନ ମୁଣ୍ଡ ପ୍ରକାଶ କରିଥିଲେ।ଆଜି ରାତ୍ରୀ କିମ୍ବା ଆସନ୍ତାକାଲି ସକାଳେ ସେ କଟକ ଯିବା ପରେ ସେଠାରୁ ଦିଲ୍ଲୀ ଯିବ ବୋଲି ସେ ସୂଚନା ଦେଇଛନ୍ତି।ଶିବର ମୁଣ୍ଡ ବୃଦ୍ଧି ପାଉଥିବା ବେଳେ ଦେହ ଛୋଟ ଶିଶୁ ଭଳି ରହିଥିବା ନଜର କରାଯାଇଥିଲା।ଶିବ ସହିତ ବାପା ଟୁନା ପରଜା, ମା ସମି ପରଜା ଓ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଜଣେ ଅଧିକାରୀ ଦିଲ୍ଲି ଯିବେ ବୋଲି ଶ୍ରୀ ମୁଣ୍ଡ ମତବ୍ୟକ୍ତ କରିଥିଲେ।