Odiapua.com

“ଅସାନି” ବାତ୍ୟା ଅପଡେଟ୍‌ : ଆନ୍ଧ୍ରପ୍ରଦେଶର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା – ଓଡ଼ିଶାର ଏହି ୫ ଜିଲ୍ଲାକୁ ହାଇଆଲର୍ଟ

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) ଏବେ ମାଡ଼ି ଆସୁଛି ଭୀଷଣ ବାତ୍ୟା “ଅସାନି”। ସଦ୍ୟତମ ସୂଚନା ଅନୁସାରେ ଏହି ବାତ୍ୟା ଏବେ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ଆନ୍ଧ୍ରର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ ହୋଇଛି। କାକିନାଡ଼ା ଏବଂ ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁ ପୁନଃ ସମୁଦ୍ରକୁ ରିକର୍ଭ କରିପାରେ ବୋଲି ମଧ୍ୟ ଆକଳନ କରାଯାଇଛି।

ଅପରପକ୍ଷରେ କୋରାପୁଟ, ମାଲକାନଗିରି, ଗଞ୍ଜାମ, ରାୟଗଡ଼ା ଓ ଗଜପତିକୁ ଏଥିପାଇଁ ହାଇଆଲର୍ଟରେ କରାଯାଇଛି। ଏହା ବ୍ୟତୀତ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ଉପରେ ମଧ୍ୟ ରହିଛି କଡ଼ା ନଜର ରଖିଛି ରାଜ୍ୟ ପ୍ରଶାସନ। ବାତ୍ୟା ଅସାନିକୁ ନେଇ ନେଇ SRC ଏହି ସଦ୍ୟତମ ସୂଚନା ପ୍ରଦାନ କରିଛନ୍ତି। ତେବେ ବାତ୍ୟା ଅସାନି ପ୍ରଭାବରେ ସମୁଦ୍ର ଆଶାନ୍ତ ହୋଇଛି।

ବାତ୍ୟା ଅସାନି ମୁକାବିଲା ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ସମନ୍ୱୟ ବୈଠକ ହୋଇଥିଲା। ଏହି ବୈଠକ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ମୁଖ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରମୁଖ ସାମିଲ ଥିଲେ।

ବାତ୍ୟାର ପ୍ରଭାବରେ ପୁରୀ ଜିଲ୍ଲା ଏବଂ ଭୁବନେଶ୍ୱରରେ ବର୍ଷା ହେବାର ସୂଚନା ମିଳିଛି।