Odiapua.com

ଅରୁଣାଚଳ ପ୍ରଦେଶରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ

ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ଆଜି ଅରୁଣାଚଳ ପ୍ରଦେଶରେ ରିଚ୍ଟର ସ୍କେଲରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ ହୋଇଛି।

ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି।

ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ।

ଏହା ଆଜି ସକାଳ ୧୦.୧୧ ରେ ୨୩୭ କିଲୋମିଟର ଉତ୍ତରରୁ ପାଙ୍ଗିନର ଉତ୍ତର-ପୂର୍ବ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।