Odiapua.com

ଅବ୍ୟବସ୍ଥା ମଧ୍ୟରେ ପିଣ୍ଡାପଦର ଗ୍ରାମ: ରାସ୍ତା ନାହିଁ; ଝରଣାରୁ ପାଣି ବ୍ୟବହାର- ସ୍କୁଲ ଘର ନାହିଁ; ସ୍କୁଲ ଅଛି – ରୋଗୀଙ୍କୁ ୭ କିମି ବୋହିକରି ଡାକ୍ତରଖାନା ନିଆଯାଉଛି

କୋରାପୁଟ ; ତା୨୨-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକଫୁଲବେଡା ପଂଚାୟତର ପିଣ୍ଡାପଦର ଗ୍ରାମ ଅବ୍ୟବସ୍ଥା ମଧ୍ୟରେ ରହିଥିବା ଜଣାପଡିଛି।ପଣ୍ଡସ ଗ୍ରାମରୁ ୭ କିମି ପାହାଡ ରାସ୍ତାରେ ଚାଲି ଚାଲି ଯିବାକୁ ପଡେ।ସ୍ୱାଧିନତା ପରେ ମଧ୍ୟ ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତାଟିଏ ସରକାର କରପାରିନାହାନ୍ତି।ଗ୍ରାମରେ ରହୁଥିବା ୬୪ ପରିବାର ଅସୁବିଧା ମଧ୍ୟରେ ଜିବନ ବିତାଉଥିବା ଜଣାପଡିଛି।ରାସ୍ତା ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଗ୍ରାମର ଅର୍ଜୁନ ମୁଦୁଲି ପ୍ରକାଶ କରିଛନ୍ତି।ଭାରରେ ୭ କିମି ବୋହିକରି ରୋଗୀମାନଙ୍କୁ ନେବାପରେ ଆମ୍ବୁଲାନ୍ସ କିମ୍ବା ଭଡାଗାଡିରେ ବୋରିଗୁମ୍ମା ଡାକ୍ତରଖାନାକୁ ନେଇଥାନ୍ତି ବୋଲି ସେ ସୂଚନା ଦେଇଥିଲେ।ସ୍କୁଲ ଘର ନାହିଁ କିନ୍ତୁ ସ୍କୁଲ ଥିବା ସେ ପ୍ରକାଶ କରିଥିଲେ।ଶିକ୍ଷକ କେବେ ବି ସ୍କୁଲକୁ ଆସନ୍ତ ନାହିଁ ବୋଲି ସେ ଅଭିଯୋଗ କରିଥିଲେ।ସ୍ୱାଧିନତା ଦିବସ ମଧ୍ୟ ସ୍କୁଲରେ ପାଳନ କରି ନ ଥିବା ସେ ଆହୁରୀ ଅଭିଯୋଗ କରିଥିଲେ।ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଉ ନ ଥିବା ସେ ଅଭିଯୋଗ କରିଥିଲେ।ଗ୍ରାମ ବାସିନ୍ଦାମାନେ ଝରଣାପାଣି ବ୍ୟବହାର କରନ୍ତି ବୋଲି ସେ ପ୍ରକାଶ କରିଥିଲେ।ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ରହିଥିବା ସେ ସୂଚନା ଦେଇଥିଲେ।ବିଡିଓ କିଏ ବୋଲି ଲୋକମାନେ ଜାଣି ନ ଥିବା ବେଳେ ସରପଂଚ କେବେ ବି ଗ୍ରାମକୁ ଆସି ଲୋକମାନଙ୍କ ଅସୁବିଧା ବୁଝୁ ନ ଥିବା ସେ ଅଭି୍ୋଗ କରିଥିଲେ।ସମିତି ସଭ୍ୟ ମହେଶ୍ୱର ଗାଦବା ଗ୍ରାମକୁ ଆସିଥାନ୍ତି ବୋଲି ସେ ସୂଚନା ଦେଇଥିଲେ।ପିଣ୍ଡାପଦର ଗ୍ରାମକୁ ଯିବା ନିମନ୍ତେ ରାସ୍ତା ନ ଥିବା ସତ୍ୱେ ୨ ମାସକୁ ଥରେ ସେ ଚାଲି ଚାଲି ଗ୍ରାମକୁ ଯାଇଥାନ୍ତି ବୋଲି ସ୍ୱାସ୍ଥ୍ୟ କର୍ମି (ମହିଳା) ଗୀତାଞଳୀ ପାତ୍ର ପ୍ରକାଶ କରିଥିଲେ।ପ୍ରତିଷେଧକ ଟୀକା ନେବା ନିମନ୍ତେ ହିତାଧିକାରୀମାନେ ପଣ୍ଡସ ଗ୍ରାମକୁ ଆସିଥାନ୍ତି ବୋଲି ସେ ସୂଚନା ଦେଇଥିଲେ।ନଳକୂପ ନ ଥିବାରୁ ଲୋକମାନେ ଝରଣାର ପାଣି ବ୍ୟବହାର କରୁଥିବା ସେ ପ୍ରକାଶ କରିଥିଲେ।ପିଣ୍ଡାପଦର ଗ୍ରାମରେ ରସ୍ତା ନ ଥିବାରୁ ଲୋକମାନେ ଦୟନୀୟ ଅବସ୍ଥାରେ ରହୁଥିବା ଅଙ୍ଗନବାଡି କର୍ମି ମଞୁରୀ ଖୋସଲା ପ୍ରକାଶ କରିଥିଲେ।ନଳକୂପ ନ ଥିବାରୁ ଲୋକମାନେ ଝରଣା କିମ୍ବା ବିଲର ପାଣି ବ୍ୟବହାର କରୁଥିବା ସୂଚନା ଦେଇଥିଲେ।ଏହି ପାଣି ବ୍ୟହାର କରୁଥିବାରୁ ଲୋକମାନେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ବୋଲି ସେ ପ୍ରକାଶ କରିଥିଲେ।ପିଣ୍ଡାପଦର ଗ୍ରାମରେ ରାସ୍ତା ନ ଥିବା ଏବଂ ପାନୀୟ ଜଳର ସମସ୍୍ୟା ରହିଥିବା ବାରମ୍ବାର ସମିତି ବୈଠକରେ ଅଭିଯୋଗ କରିବା ପରେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉ ନ ଥିବା ସମିତି ସଭ୍ୟ ମହେଶ୍ୱର ଗାଦବା ପ୍ରକାଶ କରିଥିଲେ।ସ୍କୁଲ ଘର ନାହିଁ କିନ୍ତୁ ସ୍କୁଲ ରେ ଶିକ୍ଷକ ନିଯୁକ୍ତ କରାଯାଇଥିବା ଶିକ୍ଷକ କେବେ ବି ସ୍କୁଲ ଆସନ୍ତା ନାହିଁ ବୋଲି ସେ ଅଭିଯୋଗ କରିବା ସହ ମଧ୍ୟାହ୍ନ ଭୋଜନ ର ବାଟମରଣା ହେଉଥିବା ସେ ଆହୁରୀ ଅଭିଯୋଗ କରିଥିଲେ।ଏସବୁ ସତ୍ୱେ ଶିକ୍ଷକ ଜଣଙ୍କୁ ପଚାରିଲେ ସମସ୍ତେ ମତେ ସହ ଯୋଗ କରୁଥିଲେ ଆପଣ ମଧ୍ୟ ସହ ଯୋଗ କରନ୍ତୁ ଶିକ୍ଷକ କହୁଥିବା ସେ ପ୍ରକାଶ କରିଥିଲେ।ଲୋକମାନେ ମତେ ନିର୍ବାଚିତ କରିଛନ୍ତି ତେଣୁ ସେମାନଙ୍କର ଅସୁବିଧାକୁ ମୁଁ ଲୋକଲୋଚନକୁ ଆଣିବି ବୋଲି ସମିତିସଭ୍ୟ ଶ୍ରୀ ଗାଦବା ପ୍ରକାଶ କରିଥିଲେ। ରାସ୍ତା ନିର୍ମାଣ କରିବା ସହ ଗ୍ରାମରେ ପଣି୍ୟ ଜଳର ସୁବିଧା କରିବାକୁ ସେ ଦାବି କରିଥିଲେ।ସ୍କୁଲ ଗୃହ ତୁରନ୍ତ ନିର୍ମାଣ କରି ମଧ୍ୟାହ୍ନ ଭୋଜନ ବାଟମାରଣାର ତଦନ୍ତ କରିବାକୁ ସେ ଦାବି କରିଥିଲେ।