Odiapua.com

ଅବିଭକ୍ତ କୋରାପୁଟ ଜିଲ୍ଲା ରଣା  ସମାଜ ବିକାଶ ପରିଷଦ ବୈଠକ

କୋରାପୁଟ ୧୧-୦୮(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ କହ୍ନେଇପୁଟ କମ୍ୟୁନିଟି ହଲରେ ଅବିଭକ୍ତ କୋରାପୁଟ ଜିଲ୍ଲା ରଣା ସମାଜ ବିକାଶ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବିଶ୍ୱ ଆଦିବାସୀ ଦିବସରେ ରଣା ଓ ମାଳି ଗୋଷ୍ଠୀଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ନ କରିବାକୁ କୋରାପୁଟ ଜିଲ୍ଲା ଆଦିବାସୀ ସମାଜ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।ଉପସ୍ଥିତ ଅବିଭକ୍ତ କୋରାପୁଟ ଜିଲ୍ଲର ରଣା ସମାଜ ବିକାଶ ପରିଷଦର କର୍ମକର୍ତାମାନେ ଏହାକୁ ତୀବ୍ର ବିରୋଧ କରିଥିବା ସଭାପତି ଡମ୍ବରୁଧର ରାମସିଂ ପ୍ରକାଶ କରିଛନ୍ତି ।ଉକ୍ତ ବୈଠକରେ ଏକ ରାଜନୈତିକ ଦଳର ବ୍ୟକ୍ତିବିଶେଷ ଯୋଗଦେଇଥିବାରୁ ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମକୁ ରଣା ଓ ମାଳି ସମାଜ ଘୋର ବିରୋଧ କରିବ ବୋଲି ସେ ଚେତାବନୀ ଦେଇଥିଲେ ।ଜିଲ୍ଲା ଆଦିବାସୀ ସମାଜର କର୍ମକର୍ତା ଆଲୋଚନାକୁ ଆସନ୍ତୁ ଓ ଏହାର ସହାଧାନ କରନ୍ତୁ ନ ହେଲେ ବିରୋଧ କରାଯିବ ବୋଲି  ସଂପାଦକ ଗୁପ୍ତ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।ସେମାନେ ଯେଉଁ ନେତାମାନଙ୍କୁ ବିରୋଧ କରୁଛନ୍ତି ସେମାନେ ଆଦିବାସୀ ସଂପ୍ରଦାୟର ବ୍ୟକ୍ତି  ଏବଂ ସେମାନଙ୍କ ଉପରେ ଏଭଳି ଆଚରଣ ଠିକ ନୁହେଁ ବୋଲି ଜିଲ୍ଲା ଆଦିବାସୀ ସମାଜର କୋଷାଧ୍ୟକ୍ଷ ସନା ଜାନି ପ୍ରକାଶ କରିଛନ୍ତି ।ଆଦିବାସୀମାନଙ୍କର ପରମ୍ପରା ଓ ସଂସ୍କୃତି ସହ ସେମାନଙ୍କର ପରମ୍ପରା ଓ ସଂସ୍କୃତି ଭିନ୍ନ ଅଟେ ତେଣୁ କେଉଁଭଳି ଭାବରେ ସେମାନେ ଆଦିବାସୀ ମାନ୍ୟତା ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି ।ଯଦି ରଣା ଓ ମାଳି ଗୋଷ୍ଠୀଙ୍କୁ ଆଦିବାସୀ ମାନ୍ୟତା ଦିଆଯାଏ ତେବେ ଆଦିବାସୀ ସମାଜ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ ପ୍ରକାଶ କରିଛନ୍ତି ।