Odiapua.com

ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ପ୍ରତିଷ୍ଠା ନିମନ୍ତେ ସ୍ମାରକପତ୍ର ପ୍ରଦାନ

କୋରାପୁଟ ୨୦-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) ଅବିଭିକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ଏକ ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ କେନ୍ଦ୍ରୀୟ ସମନ୍ନୟ କମିଟିର ସଭ୍ୟମାନେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ଆଇନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି। କମିଟିର ଅଧ୍ୟକ୍ଷ ସରୋଜ କୁମାର ଦାସ, କୋରାପୁଟ ଓକିଲ ସଂଘର ସଭାପତି ସୁଦର୍ଶନ ଗୌଡ, ସଂପାଦକ ସୁନୀଲ ଜେନା, ଉପ ସଭାନେତ୍ରୀ ନମିତା ମହାନ୍ତି ଓ ଅନେକ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସକୁ ଆସି ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତିଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଯେ ପର୍ଯ୍ୟନ୍ତ ହାଇକୋର୍ଟର ସ୍ଥାୟୀ ବେଂଚ ଅବିଭକ୍ତ କୋରାପୁଟ ଜିଲ୍ଲାରେ ପ୍ରତିଷ୍ଠା ହୋଇନାହିଁ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କେନ୍ଦ୍ରୀୟ ସମନ୍ନୟ କମିଟିର ଅଧ୍ୟକ୍ଷ ସରୋଜ କୁମାର ଦାସ ପ୍ରକାଶ କରିଛନ୍ତି।