Odiapua.com

ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଦାଦନ ସମସ୍ୟାର ସମାଧାନ କରିବାକୁ ସ୍ୱଦେଶୀ ଜାଗରଣ ମଂଚର ଦାବି

କୋରାପୁଟ ୩୧-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସ୍ୱଦେଶୀ ଜାଗରଣ ମଂଚର ଦିନିକିଆ ବିଚାରବର୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ନିଜ ଅଂଚଳରେ ଉତ୍ପାଦିତ ବା ପ୍ରସ୍ତୁତ ହେଉଥିବା ବସ୍ତୁ ବ୍ୟବହାର କଲେ ଆମର ଆର୍ଥିକ ବିକାଶ ହୋଇପାରିବ । ଦୈନଦିନ ଜୀବନରେ ସ୍ୱଦେଶୀର ବ୍ୟବହାରକୁ ମଂଚର ଅଖିଲ ଭାରତୀୟ ସଂଗଠକ କାଶ୍ମୀରିଲାଲ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ ।ଦେଶର ଆର୍ଥିକ ନୀତି,କୃଷି,ପେଟେଂଟ ଆଇନ,କୋରାପୁଟର ଦାଦନ ସମସ୍ୟା ଆଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।କୋରାପୁଟ ଏକ ଆଦିବାସୀ ବହୁଳ ଜିଲ୍ଲା,ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ହେଲେ ଅବିଭକ୍ତ କୋରାପୁଟ ଜିଲ୍ଲାର ଶହ ଶହ ଯୁବକ ଓ ଯୁବତୀ ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଇ ଶୋଷଣର ଶୀକାର ହେଉଛନ୍ତି ।ତେଣୁ ସ୍ଥାନୀୟ ଅଂଚଳରେ ପର୍ଯ୍ୟଟନର ବିକାଶ,କୂଟୀର ଶିଳ୍ପର ବିକାଶ,ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ତଥା ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ମାଧ୍ୟମରେ ଦାଦନ ସମସ୍‌୍ୟାର ସମାଧାନ ପାଇଁ ମଂଚ ଦାବି କରିଥିବା ଜଣାପଡିଛି ।ମଂଚର ଅଖିଲ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।ମଂଚର ପ୍ରାନ୍ତ ସହ ପ୍ରଚାର ପ୍ରମୁଖ ମନୋରଂଜନ ରାଉତରାୟ,କୋରାପୁଟ ଜିଲ୍ଲା ସଂଯୋଜକ ମୂରଲୀ ଅଧିକାରୀ,ସହ ସଂଯୋଜକ ରବି ନାରାୟଣ ମିଶ୍ର,ନଗର ସଂଯୋଜକ ଉମା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।ନବରଙ୍ଗପୁର ଜିଲ୍ଲା ସହ ସଂଯୋଜକ ଭାବେ ମନୋଜ କୁମାର ଦଳେଇଙ୍କୁ ଦାୟିତ୍ୱ  ଦିଆଯାଇଥିବା ଜଣାପଡିଛି ।ଅନ୍ୟମାନଙ୍କ ମଧ୍ୟରେ ସାଗରିକା ପାଢୀ,ବିଷ୍ଣୁପ୍ରୀୟା ସାହୁ,ମୃତ୍ୟୁଞୟ ଶତପଥି,ସୈାମେନ୍ଦ୍ର ସ୍ୱାଇଁ,ବିଶ୍ୱଜିତ ମିଶ୍ର,ଭେଙ୍କଟେଶ୍ୱର ମିଶ୍ର,କେଶବ ପଟନାୟକ ,ମନ୍ମଥନାଥ ପାଢୀ,ଅର୍ଜୁନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।