Odiapua.com

ଅବକାରୀ ବିଭାଗ ଚଢାଉ ; ୧୪୨ କେଜି ଗଞ୍ଜେଇ ଜବତ ଓ ୨ ମହିଳା ଗିରଫ

କୋରାପୁଟ ; ତା୨୩-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ଅବକାରୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ଅଧିକାରୀମାନେ ୨ ଟି ସ୍ଥାନରେ ଚଢାଉ କରି ୧୪୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି। ମାଛକୁଣ୍ଡର ସାଗରଛକଠାରେ ପଞ୍ଜାବର ପାର୍ବତୀ ନାମକ ମହିଳାଙ୍କ ନିକଟରୁ ୫୨ କେଜି ଗଞ୍ଜେଇ ଜବତ କରିଥିଲେ। ପାଡୁଆ ଥାନା ଅନ୍ତର୍ଗତ ହାଣ୍ଡିପୁଟ ଛକଠାରେ ଉତ୍ତର ପ୍ରଦେଶର ସରିତା ନାମକ ମହିଳାଙ୍କ ନିକଟରୁ ୯୦ କେଜି ଗଞ୍ଜେଇ ଜବତ କରିଥିଲେ।ଏହି ଚଡାଉରେ କୋରାପୁଟ ଅବକାରୀ ନିରୀକ୍ଷକ ଏମ .ଏମ .ଧାଙ୍କଡାମାଝି, ଏସଆଇ ସୋମନାଥ ବାଘ, ଏଏସଆଇ ରଘୁନାଥ ସାହୁ, ପ୍ରତିମା ବେହେରା, ଉଷାବତୀ ଗୈାଡ, ମନୁ ଆୟାଲ ଓ କନେଷ୍ଟବଲ ତ୍ରିଲୋଚନ ରାୟଚେଟ୍ଟି ପ୍ରମୁଖ ଉପସ୍ଥିତ ଥିଲେ।