Odiapua.com

ଅନ୍ୟ ଚାଷୀଙ୍କ ପ୍ରେରଣାର ଉତ୍ସ ଯୁବ ଚାଷୀ ଗଣେଶ୍ୱର

କୋରାପୁଟ ୩୦-୦୭(ଓଡିଆ ପୁଅ /ରଂଜନ ଦାସ)ନିଜେ ଜମିରେ ମନରେଗା ଯୋଜନା ସହାୟତାରେ କ୍ଷେତ ପୋଖରୀ ନିର୍ମାଣ କରି ବିଭିନ୍ନ ଚାଷ କରି ଲାଭାନ୍ନିତ ହୋଇଥିବା ବୋରିଗୁମ୍ମାର ଯୁବ ଚାଷୀ ଗଣେଶ୍ୱର ନାୟକ ଅନ୍ୟ ଚାଷୀମାନଙ୍କ  ନିମନ୍ତେ ପ୍ରେରଣାର ଉତ୍ସ ହୋଇଥିବା ଜଣାପଡିଛି ।
ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମର ଗଣେଶ୍ୱର ନାୟକ ନିଜ ଜମିରେ ମନରେଗା ଯୋଜନାର ୨୦୨୦-୨୧ ଆର୍ଥିକ ବର୍ଷରେ ୧ ଲକ୍ଷ ୬୧ ହଜାର ଟଙ୍କା ବିନିମୟରେ କ୍ଷେତ ପୋଖରୀ ନିର୍ମାଣ କରିଥିଲେ ।ପୋଖରୀ ହିଡରେ କଦଳୀ ,ସଜନା,ଅମୃତଭଣ୍ଡା ଚାଷ ସହିତ ସମନ୍ନିତ ପଦ୍ଧତିରେ ପୋଖରୀରେ ବତକ ଓ ମାଛ ଚାଷ କରି ବହୁ ମାତ୍ରାରେ ଲାଭାନ୍ନିତ ହୋଇଥିବା ଜଣାପଡିଛି ।ଉତ୍ପାଦିତ ସଜନା ବିକ୍ରୀ କରି ୫ ହଜାର ଟଙ୍କା ପାଇଥିବା ଚାଷୀ ଗଣେଶ୍ୱର ସୂଚନା ଦେଇଛନ୍ତି ।ମାଛ ଚାଷ ନିମନ୍ତେ ଖର୍ଚ୍ଚ କରିଥିଲେ ୩୦ ହଜାର ଟଙ୍କା ବିକ୍ରୀ କରି ୧ ଲକ୍ଷ ୨୦ ହଜାର ଟଙ୍କା  ପାଇଥିବା ସେ ସୂଚନା ଦେବା ସହ ବତକ ବିକ୍ରୀ କରି ୫୦ ହଜାର ଟଙ୍କା ପାଇଥିବା ଗଣେଶ୍ୱର ପ୍ରକାଶ କରିଛନ୍ତି ।କୋରାପୁଟ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ ଡେଙ୍ଗାଗୁଡା ଗ୍ରାମକୁ ଯାଇ ଚାଷୀ ଗଣେଶ୍ୱରଙ୍କ ସହ ଆଲୋଚନା କରିଥିଲେ । ନିଜ ଜମିରେ କ୍ଷେତ ପୋଖରୀ ନିର୍ମାଣ କରିବା ନିମନ୍ତେ ଆଗେଇ ଆସିବାକୁ ଶ୍ରୀ କାଲୋ ଜିଲ୍ଲାର ଚାଷୀମାନଙ୍କୁ ଆହ୍ୱାନ କରିଛନ୍ତି ।