Odiapua.com

ଅନ୍ଧାର ଅଂଚଳରେ ଝଲସିବ ସ୍ମାର୍ଟ ଏଲଇଡି ଲାଇଟ

କୋରାପୁଟ;ତା୨୨-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ଷ୍ଟ୍ରୀଟ ଲାଇଟ ଏଯାଏ ଲାଗି ନଥିବା ଅନ୍ଧାରୁଆ ଅଂଚଳରେ ଆସନ୍ତା କିଛି ଦିନ ମଧ୍ୟରେ ଲାଗିବ ସ୍ମାର୍ଟ ଏଲଇଡି ଲାଇଟ। ଏହା ଫଳରେ ପୌରାଂଚଳର ଆଉ କୌଣସି ଅଂଚଳ ଅନ୍ଧକାରମୟ ରହିବ ନାହିଁ, ସେହି ସବୁ ଅଂଚଳ ସ୍ମାର୍ଟ ଏଲଇଡି ଲାଇଟରେ ଝଲସି ଉଠିବ। ଶୁକ୍ରବାର କୋରାପୁଟ ସାଂସଦ ଝିନ୍ନ ହିକକାଙ୍କ ଦ୍ୱାରା ଆରମ୍ଭ କରା ଯାଇଛି ଆଲୋକୀକରଣ କାର୍ଯ୍ୟକ୍ରମ। ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ଜିଲା ବିଜେଡି ସଭାପତି ଇଂ ଇଶ୍ୱର ଚନ୍ଦ୍ର ପାଣିଗ୍ରାହି, ପୂର୍ବତନ ବିଧାୟକ ରଘୁରାମ ପଡାଲ, ବିଜେଡି ଜିଲା ଉପ-ସଭାପତି ଉତ୍କଳ ରଂଜନ ନାୟକ, ବ୍ଲକ ବିଜେଡି ସଭାପତି ସୁବାସ ସେନାପତି, ଲଲାଟ ରଂଜନ ସେଠୀଙ୍କ ଉପସ୍ଥିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌରାଂଚଳର ରଙ୍ଗବାଲିକୁମ୍ଭା, ରେଲିକୁମ୍ଭା, ଚିନ୍ଦିରି ପ୍ରମୁଖ ଗ୍ରାମ ଗୁଡିରେ ଭୂମି ପୂଜନ କରା ଯାଇଛି। କୋରାପୁଟ ପୌରାଂଚଳର ଷ୍ଟ୍ରୀଟ ଲାଇଟ୍ ନଥିବା ୨୧ଟି ୱାର୍ଡରେ ୬୫୦ଟି ସ୍ଥାନରେ ସ୍ମାର୍ଟ ଏଲଇଡି ଲାଇଟ ବ୍ୟବସ୍ଥା କରାଯିବ ବୋଲି ପୌର ନିର୍ବାହି ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି। ପୈାରଂଚଳ ଯନ୍ତ୍ରୀ ରମେଶ କୁମାର ମହାରଣା, ସହକାରୀ ଯଂନ୍ତ୍ରୀ ମନୋଜ କୁମାର ପାତ୍ର. ସିମାଂଚଳ ପଢିହାରୀ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ୨୦୧୯ ମଇ ମାସ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି।