Odiapua.com

ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସ ଅନ୍ତେବାସୀ ଏବଂ ଆଦିମ ଜନଜାତି ପରିବାର ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତାର ଶୁଭାରମ୍ଭ

କୋରାପୁଟ ୦୭-୦୭(ଓଡିଆ ପୁଅ /ରଂଜନ ଦାସ) ଭିଡିଓ କନଭେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସ ଅନ୍ତେବାସୀ ଏବଂ ଆଦିମ ଜନଜାତି ପରିବାର ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରେରଣର ଶୁଭାରମ୍ଭ ହୋଇଯାଇଛି ।ଆଦିମ ଜନଜାତି ପରିବାରଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତା ରାଶି ୫ ହଜାର ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସ ଅନ୍ତେବାସୀଙ୍କୁ ୩ ମାସର ପ୍ରି ମାଟ୍ରିକ ସ୍କଲାରସିପ  ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାକୁ ପଠାଯିବ ବୋଲି ଜଣାପଡିଛି ।କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ଯୋଗଦେଇ ଜିଲ୍ଲାସ୍ତରରେ ଉଦଘାଟନ କରିଥିଲେ ।କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ,କୋରାପୁଟ ଏସଏସଡି ସିଆଇ ଗଦାଧର ବେହେରା ,କୋରାପୁଟ  ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ  ଅମୀୟା ସୁଚରିତା ଟିକ୍ରୀ ,ଏଡିଡବ୍ଲୁ ଗୁରୁଚରଣ ମଲ୍ଲିକ ,ଏସଡିସି କାଶିନାଥ ନାୟକ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସନ୍ତୋଷ କୁମାର ଦାଶ , ମଣ୍ଡାଗୁଡା ସ୍କୁଲର ଶିକ୍ଷୟତ୍ରୀ ଭାରତୀ ପାଢୀ , ଛାତ୍ରୀ ଦେବସ୍ମିତା ମାହାପାତ୍ର , ସ୍‌ୃତି ଟାକ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲା ସ୍କଲାରସିପ ସଂଯୋଜକ ସୁନୀଲ କୁମାର ବୈଦ୍ୟଭୂଷଣ ଯୋଗଦେଇ ପରିଚାଳନା କରିଥିଲେ ।