Odiapua.com

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମାଜର ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ ବିଜେପି ସଂଗ୍ରାମ ଜାରି ରଖିବ

କୋରାପୁଟ ୦୫-୦୮(ଓଡିଆ ପୁଅ /ରଂଜନ ଦାସ)ରାଜ୍ୟରେ ଅନୁସୂଚିତ ଜାତି  ପରିବାର ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବା ଅଭିଯୋଗ କରି କୋରାପୁଟ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ କୋରାପୁଟ ପ୍ରେସ କ୍ଲବଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଉପସ୍ଥିତ ନେତାମାନେ ଏହାର ନିନ୍ଦା କରିଛନ୍ତି ।କୋରାପୁଟ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଭାଗରଥି ପାଟନିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଜିଲ୍ଲା ସଭାପତି ସୁମନ୍ତ କୁମାର ପ୍ରଧାନ ଯୋଗଦେଇ ରାଜ୍ୟର କେନ୍ଦ୍ରାପଡା ଓ ଜଗତସିଂପୁରରେ ଅନୁସୁଚିତ ଜାତି ପରିବାର ଉପରେ ନିର୍ଯ୍ୟାତନା କରାଯାଇଥିବା ଅଭିଯୋଗ କରିଥିଲେ ।ଆସନ୍ତା ୯ ତାରିଖ ଦିନ କୋରାପୁଟ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯାଇ ଆନ୍ଦୋଳନ କରାଯିବ ଏବଂ ଅନୁସୂଚିତ ଜାତି ପରିବାରଙ୍କ ନ୍ୟାର୍ଯ୍ୟଦାବି ଯଦି ପୂରଣ ନ ହୁଏ ତେବେ ପଂଚାୟତ ଓ ତୃଣମୂଳସ୍ତରରେ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମାଜର ନ୍ୟାର୍ଯ୍ୟଦାବି  ପୂରଣ ନିମନ୍ତେ ଭାରତୀୟ ଜନତା ପାର୍ଟି ସଂଗ୍ରାମ ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି ।ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଂପାଦକ ଜି.ସଂଜିବ କୁମାର , ଜିଲ୍ଲା ଉପସଭାପତି ଜୟରାମ ଗରଡା, ସାଧାରଣ ସଂପାଦକ ଚନ୍ଦ୍ରଶେଖର ରଥ ,କୋରାପୁଟ ମଣ୍ଡଳ ସଭାପତି ବିଜୟ କୁମାର ଦଳେଇ ,ନନ୍ଦପୁର ମଣ୍ଡଳ ସଭାପତି ଜୟରାମ ଭୋଇ,ପଟ୍ଟାଙ୍ଗୀ ପ୍ରଭାରୀ ତ୍ରୀମୂର୍ତି ଖିଲ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।