Odiapua.com

ଅନୁସୂଚିତ ଜନଜାତି ତାଲିକାରେ ଓଡିଶାର ଦୁରୁଆ ଓ ଝୋଡିଆ ସଂପ୍ରଦାୟକୁ ଅନ୍ତର୍ଭୁକ୍ତ କରିବାକୁ ମୋଦି ସରକାର ତୁରନ୍ତ  ବିଚାରକୁ ନିଅନ୍ତୁ

କୋରାପୁଟ ୨୬-୦୭(ଓଡିଆ ପୁଅ /ରଂଜନ ଦାସ)ଅନୁସୂଚିତ ଜନଜାତି ତାଲିକାରେ ଓଡିଶାର ଦୁରୁଆ ଓ ଝୋଡିଆ ସଂପ୍ରଦାୟକୁ ଅନ୍ତର୍ଭୁକ୍ତ କରିବାକୁ ମୋଦି ସରକାର ତୁରନ୍ତ ବିଚାରକୁ ନେବାକୁ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ଦାବି କରିଛନ୍ତି ।ଆଜି ସଂସଦରେ ଅନୁସୂଚିତ ଜନଜାତି ତାଲିକାରେ ଓଡିଶାର ଦୁରୁଆ ସଂପ୍ରଦାୟ ଅନ୍ତର୍ଭୁକ୍ତ କରାଯାଇଛି କି ନାହିଁ ବୋଲି ସେ  ଆଦିବାସୀ ବ୍ୟାପର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।ଆଦିବାସୀ ବ୍ୟାପର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂ ସାରୁତା ଓଡିଶା ସରକାରଙ୍କ ତରଫରୁ ପଠାଯାଇଥିବା ପ୍ରସ୍ତାବ ବ୍ୟତୀତ ଅନ୍ୟ କିଛି ଉଲ୍ଲେଖ କରି ନ ଥିବା କୋରାପୁଟ ସାଂସଦ ଶ୍ରୀ ଉଲକା ଏକ ପ୍ରେସ ଇସ୍ତହାରରେ ସୂଚନା ଦେଇଛନ୍ତି ।ଏହା ନିରାଶଜନକ ଉତର ବୋଲି ସେ ଅଭିଯୋଗ କରିଛନ୍ତି ।ସଂପ୍ରଦାୟର ଲୋକଙ୍କ ପ୍ରତି ଅନ୍ୟାୟ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।ଅନୁସୂଚିତ ଜନଜାତି ତାଲିକାରେ ଓଡିଶାର ଦୁରୁଆ ଓ ଝୋଡିଆ ଅନ୍ତର୍ଭୁକ୍ତ କରିବା ଦୁଇଟି ପ୍ରସ୍ତାବ ଗୁରୁତ୍ୱପୂର୍ଣ୍ଣ ଅଟେ ତେଣୁ ମୋଦି ସରକାର ତୁରନ୍ତ ବିଚାରକୁ ନେଇ କାର୍ଯ୍ୟ କରିବାକୁ ସେ ଦାବି କରିଛନ୍ତି ।