Odiapua.com

ଅନାଥ ଦୁଇ ଭଉଣୀଙ୍କୁ କନିଷ୍ଠ ମହାବିଦ୍ୟାଳୟରେ ନାମ ଲେଖେଇଲେ କୋରାପୁଟ ବିଧାୟକ

କୋରାପୁଟ : ୨୧/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଅନାଥ ଦୁଇ ଭଉଣୀ ନନ୍ଦିତା ବଡ଼ନାୟକ ଓ ଲଳିତା ବଡ଼ନାୟକଙ୍କୁ ନନ୍ଦପୁର କଲେଜରେ ନାମ ଲେଖାଇଛନ୍ତି ଭି କୋରାପୁଟ ବିଧାୟକ। ଗତମାସରେ ୪ ଭାଇଭଉଣୀଙ୍କ ସମସ୍ତ ବ୍ୟବସ୍ଥା ବୁଝିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କୋରାପୁଟ ବିଧାୟକ ରଘୁରାମ ପୋଡାଲ। ଦୁଇ ଅନାଥ ଭଉଣୀଙ୍କୁ ଗତକାଲି ନନ୍ଦପୁର ସିନ୍ଧିଦେବୀ କନିଷ୍ଠ ମହାବିଦ୍ୟାଳୟରେ ନାମ ଲେଖାଇଛନ୍ତି।

ସୂଚନାଯୋଗ୍ୟଯେ, ଲୋମତାପୁଟ ବ୍ଲକର ଵନମାଲିପୁଟ ଗ୍ରାମପଞ୍ଚତର ଝଡ଼ାପୁଟ ଗ୍ରାମବାସୀ ବିଧାୟକଙ୍କୁ ଜଣାଇବା ପରେ ବଳରାମ ବଡ଼ନାୟକଙ୍କ ମୃତ୍ୟୁ ପରେ ୪ଜଣ ଅନାଥ ଭାଇଭଉଣୀଙ୍କୁ ଭେଟି ନିଜେ ତାଙ୍କ ଦାଇତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସୂଚନା ମୁତାବକ ଗତ ଦୁଇ ବର୍ଷ ପରେ ମା’ ପୂର୍ଣ୍ଣିମା ବଡ଼ନାୟକଙ୍କ ଅଜଣା ରୋଗରେ ଦେହନ୍ତ ହୋଇଥିବା ବେଳେ ଗତ ମାସରେ ପିତା ବଳରାମ ବଡ଼ନାୟକ ମୃତ୍ୟୁ ବରଣ କରିଥିଲେ। ୪ଜଣ ଭାଇ ଭଉଣୀ ଅନାଥ ହୋଇଯାଇଥିବା ବେଳେ ୪ ଭାଇଭଉଣୀଙ୍କ ରକ୍ଷଣାବେକ୍ଷଣ ଓ ଦାଇତ୍ୱ କିଏ ବୁଝିବେ ନେଇ ଗ୍ରାମବାସୀ ବିଧାୟକ ରଘୁରାମ ପୋଡାଲଙ୍କୁ ଜଣାଇବାରୁ ଗତମାସରେ ଝଡାପୁଟ ଗ୍ରାମରେ ପହଞ୍ଚି ୪ଜଣ ଭାଇଭଉଣୀଙ୍କ ସମସ୍ତ ବ୍ୟବସ୍ଥା ଦାଇତ୍ୱ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ।
ବିଧାୟକଙ୍କ ପ୍ରତିଶୃତି ଅନୁସାରେ ଦଶମ ପାସ ଦୁଇ ଅନାଥ ଭଉଣୀ ଗତକାଲି ନନ୍ଦପୁର ସ୍ଥିତ ସିନ୍ଧିଦେବୀ କନିଷ୍ଠ ମହାବିଦ୍ୟାଳୟରେ ନାମ ଲେଖାଇ ପ୍ରତିଶୃତି ରକ୍ଷା କରିଛନ୍ତି।