Odiapua.com

ଅନାଥ ଆଶ୍ରମର କୁନି କୁନି ପିଲା,ବୃଦ୍ଧବୃଦ୍ଧା,ଅସହାୟ ମହିଳାଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟି ଜନ୍ମଦିନ ପାଳିଲେ ସମାଜସେବୀ ତ୍ରିନାଥ

 

କୋରାପୁଟ ୨୮-୧୨(ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ଗାନ୍ଧୀ ନଗରର ନିବାସୀ ଅଧ୍ୟାପକ ତଥା ସମାଜସେବୀ ତ୍ରିନାଥ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ କୋରାପୁଟ ଆସ୍ଥା ଭବନ ପରିସରରେ ପ୍ରାୟ 70 ଜଣ ପିଲାଙ୍କୁ ଶୁଖିଲା ଖାଦ୍ୟ ଏବଂ ବିସ୍କୁଟ ବଣ୍ଟନ କରାଯାଇଥଲା l ପ୍ରତିବର୍ଷ ଏହି ଦିନ ତ୍ରିନାଥ ନିଜ ଜନ୍ମଦିନକୁ ଏଭଳି ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି l ପ୍ରତିବର୍ଷ ସେ ନିଜ ଜନ୍ମଦିନ ଅନାଥ ଆଶ୍ରମ ଏପରିକି ବୃଦ୍ଧବୃଦ୍ଧା, ଅସହାୟ, ମହିଳା ଏବଂ କୁନି କୁନି ପିଲାଙ୍କ ସହ ପାଳନ କରନ୍ତି l ଏହା ପୂର୍ବରୁ ମଧ୍ୟ ତ୍ରିନାଥ ନିଜ ଜନ୍ମଦିନକୁ କୋରାପୁଟର ଘଡେଇ ଅନୁଷ୍ଠାନ ଏବଂ ବିଦ୍ୟାନିକେତନରେ ପିଲାଙ୍କ ଗ୍ରହଣରେ ପାଳନ କରିଥିବା ଦେଖିବାକୁ ମିଳିଅଛି lତେବେ ଆଜି ଆସ୍ଥା ଭବନ ଠାରେ ସମାଜସେବୀ ତ୍ରିନାଥ ପିଲାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ସ୍ୱରୂପ ସେମାନଙ୍କ ସହିତ ଖୁସି ବାଣ୍ଟିଥିଲେ l ସେ ପିଲାଙ୍କୁ କରୋନାରୁ ବର୍ତ୍ତିବା ପାଇଁ ସଚେତନ କରାଇବା ସହ ମାସ୍କ, ସାନିଟାଇଜର,ବିସ୍କୁଟ ବଣ୍ଟନ କରି ପିଲାଙ୍କ ସହ ଖୁସି ବାଣ୍ଟିଥିବା ଦେଖିବାକୁ ମିଳିଅଛି l ତ୍ରିନାଥଙ୍କୁ ଶୁଭ ଜନ୍ମଦିନ ନିମନ୍ତେ ଆସ୍ଥାର କର୍ମଚାରୀ ଶୁଭେଛା ଜଣାଇଥିଲେ। ଆଜିର ଏହି ବିଶେଷ କାର୍ଯ୍ୟକ୍ରମରେ ମାଁ ତାରାତାରିଣୀ କ୍ଲିନିକର ମାଲିକ ଶ୍ରୀ ହିମାଂଶୁ ପଟ୍ଟନାୟକ, ଅଧ୍ୟାପକ ହରିହର ପଟ୍ଟନାୟକ, ସମାଜସେବୀ ବିକ୍ରମ କେଶରୀ ଜେନା,ଅଭିଜିତ କରଙ୍କ ସହ ଟ୍ରଷ୍ଟ ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ସହ ତ୍ରିନାଥଙ୍କ ଭବିଷ୍ୟତ ସୁସ୍ଥ ନିରାମୟ ଜୀବନର ପ୍ରାର୍ଥନା କରିଥିବା ତଥା ଶୁଭେଚ୍ଛା ଜ୍ଞାପନ କରିଥିବା ଦେଖିବାକୁ ମିଳିଥିଲା l