Odiapua.com

ଅନଶନରେ କଏଦୀ

ବରଗଡ଼, ୩୧/୧୦, (ଓଡ଼ିଆ ପୁଅ ପି ନାୟକ): ଗଞ୍ଜେଇ ପାଇଁ ଅନଶନରେ ବସିଲେ କଏଦୀ। ଏଭଳି ଦୃଶ୍ୟ ବରଗଡ଼ ଉପକାରଗାରରେ ଦେଖିବାକୁ ମିଳିଛି। ଜେଲ ଭିତରକୁ ନିଶାଦ୍ରବ୍ୟ ଛାଡ଼ିବାକୁ ପ୍ରାୟ ୨୦୦ କଏଦୀ ଅଡ଼ି ବସିଥିଲେ। ଖାଲି ଏତିକି ନୁହେଁ ବରଂ ନିଜ ପରିବାର ଲୋକଙ୍କ ସହ କିଛି ସମୟ କଥା ହେବା ପାଇଁ ଅନୁମତି ଦିଆଯାଉ ବୋଲି ମଧ୍ୟ ଦାବି କରିଥିଲେ। ଏଭଳି ଦାବି ପାଇଁ ସେମାନେ ସକାଳ ଜଳଖିଆ ମଧ୍ୟ ଖାଇନଥିବା ସୂଚନା ମିଳିଛି। ତେବେ ଜେଲ କର୍ତ୍ତୁପକ୍ଷ ସେମାନଙ୍କୁ ଏନେଇ ବୁଝାଇବାକୁ ଚେଷ୍ଟା କରିଥିଲେ। ହେଲେ କିଛି ସୁଫଳ ମିଳିନଥିବା ସୂଚନା ମିଳିଛି। ଏବେବି ସେମାନେ ନିଜ ଜିଦିରେ ଅଟଳ ଥିବା ସୂଚନା ମିଳିଛି।