କୋରାପୁଟ ; ତା୧୪-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥ ପୁକାଲିଛକଠାରୁ ଆନ୍ଧ୍ର-ଓଡିଶା ସୀମାନ୍ତ ଆରକୁଭେଲିକୁ ସଂଯୋଗ କରୁଥିବା ରାସ୍ତା ଓ ପୁକାଲିଠାରେ ନିର୍ମାଣଧିନ ପୋଲି କାର୍ଯ୍ୟ ଶେଷ କରିବା ଦାବିରେ ପୁକାଲି, ଦେଓପଟ୍ଟାଙ୍ଗୀ, ସମ୍ବାଇ ଓ ଚନ୍ଦକା ପଂଚାୟତବାସୀ ପୁକାଲି ହାଟ ନିକଟରେ ପୂର୍ବାହ୍ନ ୧୧ ଘ.ରୁ ଧାରଣାରେ ବସିଥିଲେ।ଏହି ଖବର ପାଇବା ପରେ ପଟ୍ଟାଙ୍ଗୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ମନୋରଞନ ପରିଡା ଘଟଣାସ୍ଥଳରେ ପହଂଚି ଆସନ୍ତାକାଲିଠାରୁ ରାସ୍ତାରେ ହୋଇଥିବା ଗର୍ତଗୁଡିକ ମରାମତି କରାଯିବ ଓ ଦଶହରାଛୁଟି ପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିବା ପରେ ଆନ୍ଦୋଳନକାରୀମାନେ ଧାରଣାରୁ ଓହରିଯାଇଥିଲେ।ଏ ସପର୍କରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ରକୁ ଶ୍ରୀ ପରିଡା ଗ୍ରହଣ କରିଥିଲେ।ଏହି ଧାରଣାରେ ଡମ୍ବୁରଧର ଗୋଲରୀ, ନାରାୟଣ ଖିଲ, ବଳରାମ ଖିନବୁଡି, ତାଉଡୁ ଦୋରା, ଇରାନ ପୂଜାରୀ, ମାଧବ ଗେମେଲ, ସନୁ ବୁରୁଡି ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ।
ଅଧାପନ୍ତରିଆ ରାସ୍ତା ଓ ପୋଲ ନିର୍ମାଣ ଶେଷ କରିବା ନିମନ୍ତେ ଧାରଣା ; ପ୍ରତିଶୃତି ପାଇବା ପରେ ଧାରଣା ପ୍ରତ୍ୟାହୃତ
