Odiapua.com

ଅଟୋ ଚାଳକକୁ ହତ୍ୟା

କୋରାପୁଟ ୨୨-୦୪ (ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଦୁବରାଜପେଟ୍ଟା ଗ୍ରାମରେ ଜଣେ ଅଟୋ ଚାଳକକୁ ହତ୍ୟା କରା ଯାଇଛି। ମୃତ ଅଟୋ ଚାଳକ ଗୋପୀନାଥ ହନ୍ତାଳ(୨୩)ଙ୍କ ମୃତଦେହ ସୋମବାର ସକାଳେ ସ୍ଥାନୀୟ ସ୍କୁଲ ପଛ ପାଖେ ଗ୍ରାମବାସୀ ଦେଖିବା ପରେ ପଟ୍ଟାଙ୍ଗି ପୁଲିସ୍ କୁ ଖବର ଦେଇଥିଲେ। ମୃତଦେହ ଜବତ କରି ପୁଲିସ୍ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ କପାଇଁ ପଠାଇଛି। ରବିବାର ରାତିରେ ମୃତ ଗୋପୀନାଥ ଓ ଅନ୍ୟ କେତେକ ଯୁବକ ସାଙ୍ଗ ହୋଇ ମଦ ପିଇଥିଲେ। କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହେବା ପରେ ସାଙ୍ଗମାନେ ଗୋପୀନାଥର ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।