Odiapua.com

ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଜିଲ୍ଲା ବିଜେପିର ଶ୍ରଦ୍ଧାଞ୍ଜଳି

କୋରାପୁଟ ; ତା୧୭-୦୮-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ କୋରାପୁଟ ଜିଲ୍ଲା ବିଜେପିର ନେତା,  କର୍ମି ତଥା ଅନ୍ୟାନ୍ୟ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ଜଣାପଡିଛି।କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଯାତ୍ରୀ ବିଶ୍ରାମଗାରରେ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର,  ପୂର୍ବତନ ସାସଂଦ ଜୟରାମ ପାଙ୍ଗୀ,  ପୂର୍ବତନ ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ଓ ଜୟରାମ ଗରଡା,  ଜି.ସଂଜିବ କୁମାର ରାଓ,  ଏନ.ଏନ.ବାଘ, ଅଶ୍ୱିନୀ କୁମାର ପଟନାୟକ,  ତ୍ରୀନାଥ ଶବର,  ସନ୍ତୋଷ ଦାସ,  କୋରାପୁଟ ଟାଉନଥାନା ଅଧିକାରୀ କ୍ଷିରେଶ୍ୱର ସାହୁ ଓ ଅନ୍ୟାନ୍ୟ କର୍ମିମାନେ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।