Odiapua.com

ଅଚିହ୍ନା ନିସହାୟ ଯୁବକ କୋରାପୁଟ ମେଡିକାଲରେ ଭର୍ତି

କୋରାପୁଟ ; ତା୧୨-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ନିଜ ନାଁ କହିପାରୁ ନ ଥିବା କେବଳ କଥା ବୁଝୁଥିବା ଜଣେ ଅଚିହ୍ନା ନିସହାୟ ଯୁବକ କୋରାପୁଟ ରାମକୃଷ୍ଣ ବିଦ୍ୟାଳୟ ନିକଟରେ ପଡିଥିବା କେତେଜଣ ଯୁବକ ଦେଖିବା ପରେ ଜନୈକ ସାମ୍ବାଦିକଙ୍କୁ ଫୋନ କରି ସୂଚନା ଦେଇଥିଲେ।କୋରାପୁଟ ସହରର ୨ ଜଣ ସାମ୍ବାଦିକ ଘଟଣାସ୍ଥଳକୁ ଯାଇ ହାତରେ ଭେନ ଫ୍ଲୋ ଓ ମୁଣ୍ଡରେ ବେଣ୍ଡେଜ ଲାଗିଥିବା ଜଣେ ଯୁବକ ସେଠି ଶୋଇଥିଲେ।ଉକ୍ତ ଯୁବକକୁ ତାର ନାମ ପଚାରିଥିଲେ କିନ୍ତୁ ସେ କିଛି ନ କହି ଉଠିକରି ବସ ିରହିଥିଲା।ଏହାପରେ ୨ ଜଣ ସାମ୍ବାଦିକ କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଅଧିକ୍ଷକ ଡାକ୍ତର ହରେକୃଷ୍ଣ ଦଳେଇଙ୍କୁ ସମସ୍ତ ବିଷୟ କହିଥିଲେ ଓ ଡାକ୍ତର ଦଳେଇ ଥାନାରେ ଖବର ଦେବାକୁ କହିବା ସହ ସେଠାରୁ ଯୁବକକୁ କୋରାପୁଟ ମେଡିକାଲକୁ ଆଣିବାକୁ କହିଥିଲେ।କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ ଓ କୋରାପୁଟ ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆଙ୍କୁ ଏକ ଅଚିହ୍ନା ଯୁବକ ପଡିଥିବା କୁହାଯାଇଥିଲା।ସହକାରୀ ଜିଲ୍ଲାପାଳ ଏକ ଜିପ ପଠେଇବା ପରେ କୋରାପୁଟର ସ୍ୱେଛାସେବୀ କାମାକ୍ଷା ପ୍ରସାଦ ମାଝି ଓ ସାମ୍ବାଦିକଙ୍କ ସହାୟତାରେ କୋରାପୁଟ ମେଡିକାଲକୁ ଅଣାଯାଇ ସର୍ଜରୀ ଓାର୍ଡରେ ଭର୍ତି କରାଯାଇଥିଲା। ସ୍ୱେଛାସେବୀ ଶ୍ରୀ ମାଝି ଆହତ ତାର ସିଟିସ୍କାନ ମଦ୍ୟ କରାଇଥିଲା।ଉକ୍ତ ଆହତଲୋକକୁ କୋରାପୁଟ ମେଡିକାଲର ଜଣେ ବ୍ୟକ୍ତି ଦେଖି କହିଥିଲେ ଯେ ଉକ୍ତ ବ୍ୟକ୍ତି ଗତକାଲି ଅପାରହ୍ନରେ କୋରାପୁଟ ମେଡିକାଲକୁ ଜୟପୁରରୁ ସ୍ଥାନାନ୍ତରିତ ହୋଇଥିଲେ।ଏଠାରେ ପ୍ରଶ୍ନ ଉଠୁଛି ଯେ ଉକ୍ତ ଅଚିହ୍ନା ଯୁବକ କୋରାପୁଟ ମେଡିକାଲ ଆସି ବାହାରକୁ ଗଲେ।ତା ମୁଣ୍ଡରେ ଆଘାତ ହୋଇଥିବା ଜଣାପଡିଛି।ସେ କେଉଁ ଅଂଚଳର ଓ କିଏ ତାକୁ ଆକ୍ରମଣ କରି ଆହତ କଲା ତାହା ତଦନ୍ତ ସାପେକ୍ଷ ଅଟେ ବୋଲି ସାଧାରଣରେ ଦାବି ହେଉଛି।