Odiapua.com

COVID-୧୯ ର ଚିକିତ୍ସା ପାଇଁ ଆଣ୍ଟିବଡି କକଟେଲର ମାନବ ପରୀକ୍ଷଣ ଅନୁମୋଦନ ଲୋଡିଲା ଜାଇଡସ୍‌ କାଡ଼ିଲା

ନୂଆଦିଲ୍ଲୀ ୨୭ ମଇ (ଓଡ଼ିଆ ପୁଅ) ଆଣ୍ଟିବଡି କକଟେଲ ପାଇଁ ମାନବ ପରୀକ୍ଷଣ ଅନୁମୋଦନ ଲୋଡିଲା ଜାଇଡସ୍‌ କାଡ଼ିଲା। ଅହମ୍ମଦାବାଦ ଭିତ୍ତିକ ଔଷଧ ଉତ୍ପାଦକ ସଂସ୍ଥା ଜାଇଡସ୍‌ କାଡ଼ିଲା କହିଛି ଯେ, ZRC-3308 ପଶୁମାନଙ୍କ କ୍ଷେତ୍ରରେ ପରୀକ୍ଷଣ ସମୟରେ ଫୁସଫୁସରେ କ୍ଷତି ହ୍ରାସ ପରିଲକ୍ଷିତ ହୋଇଛି।

ମୃଦୁ COVID-୧୯ ର ଚିକିତ୍ସା ପାଇଁ ଜାଇଡସ୍‌ କାଡ଼ିଲା ଏହାର ଆଣ୍ଟିବଡି କକଟେଲର ମାନବ କ୍ଷେତ୍ରରେ କ୍ଲିନିକାଲ୍ ପରୀକ୍ଷଣ ପାଇଁ ଭାରତର ନିୟାମକ (DGCI)ର ଅନୁମୋଦନ ଲୋଡିଛି।

ବର୍ତ୍ତମାନ ଦେଶ ମହାମାରୀର ଏକ ଭୟଙ୍କର ଦ୍ୱିତୀୟ ଲହରର ସମୁମୁଖୀନ ହେଉଛି ଏହାର ମୁକାବିଲା ପାଇଁ ଆବଶ୍ୟକ ଔଷଧ ଏବଂ ଟୀକାକରଣର ଅଭାବ ରହିଛି।

ZRC-3308 ପୂର୍ବରୁ ପଶୁମାନଙ୍କ କ୍ଷେତ୍ରରେ ପରୀକ୍ଷା ସମୟରେ ଫୁସଫୁସର କ୍ଷତି ହ୍ରାସ କରିଥିବା ଦର୍ଶାଇ ଔଷଧ ନିର୍ମାତା କହିଛନ୍ତି ଯେ ଏହା ନିରାପଦ ଏବଂ ସହନଶୀଳ ବୋଲି ଜଣାପଡିଛି।

ଥେରାପି ହେଉଛି ଦୁଇଟି ମୋନୋକ୍ଲୋନାଲ ଆଣ୍ଟିବଡିଗୁଡିକର ଏକ କକଟେଲ। ଯାହା ପ୍ରାକୃତିକ ଆଣ୍ଟିବଡିଗୁଡିକର ଅନୁକରଣ କରିଥାଏ ଯାହା ଶରୀର ସଂକ୍ରମଣ ସହିତ ଲଢ଼ିବା ପାଇଁ ଆଣ୍ଟିବଡ଼ି ସୃଷ୍ଟି କରିଥାଏ।

ୟୁଏସ୍ ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ ବୀର ବାୟୋଟେକ୍ନୋଲୋଜି ଏବଂ ଗ୍ଲାକ୍ସୋ ମିଥକାଇନ୍ ଦ୍ୱାରା ବିକଶିତ ତଥା ରେଜେନେରନ୍ ଫାର୍ମାସ୍ୟୁଟିକାଲ୍ସ ଏବଂ ଏଲି ଲିଲି ଦ୍ୱାରା ପ୍ରସ୍ତୁତ ସମାନ ଚିକିତ୍ସା ପାଇଁ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପ୍ରଦାନ କରିଛି।

ରେଜେନେରନ୍ ଏବଂ ରୋଚେର ଆଣ୍ଟିବଡି କକଟେଲ ମଧ୍ୟ ଭାରତରେ ଜରୁରୀକାଳୀନ ବ୍ୟବହାର ଅନୁମୋଦନ ଲାଭ କରିଛି ଏବଂ ଏହାକୁ ଡ୍ରଗ୍ ନିର୍ମାତା ସିପ୍ଲା ବଣ୍ଟନ କରିବ। କକଟେଲର ପ୍ରଥମ ବ୍ୟାଚ୍ ଏହି ସପ୍ତାହ ଆରମ୍ଭରେ ଦେଶରେ ଉପଲବ୍ଧ ହୋଇଛି।