Odiapua.com

ଜିଲ୍ଲାସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମ୍ମିଳନୀ

ନୟାଗଡ଼, ୩୧ା୩: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ସ୍ଥାନୀୟ ପଠାଣି ସାମନ୍ତ ଅଡିଟୋରିୟମଠାରେ ଜିଲ୍ଲାସ୍ତରୀୟ ଆଶା ଓ ଗାଁକଲ୍ୟାଣ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଳାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟଅତିଥିଭାବେ ଡ.ଅରୁଣ କୁମାର ସାହୁ ଯୋଗଦେଇଥିଲାବେଳେ ଆଶକର୍ମୀ ଓ ଗାଁକଲ୍ୟାଣ ସମିତିର ଭୂମିକା ଓ କାର୍ଯ୍ୟବଳୀ ଏବଂ ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିବାବେଳେ ସମ୍ମାନୀତ ଅତିଥିଭାବେ ରଣପୁର ବିଧାୟକ ରବିନାରାୟଣ ମହାପାତ୍ର, ପୂର୍ବତନ ବିଧାୟକ ସତ୍ୟନାରାୟର ପ୍ରଧାନ, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ସୁରେଶ ଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଏଥିରେ ଜିଲ୍ଳାର ବହୁ ଆଶାକର୍ମୀ ଯୋଗଦେଇଥିଲେ।