Odiapua.com

ଖଟିଆରେ ହାତଗୋଡ଼ ବାନ୍ଧି ପ୍ରେମିକକୁ ଜିଅନ୍ତା ଜଳେଇଦେଲେ – ଏହା ଶୁଣି ମା’ର ଉଡ଼ିଗଲା ପ୍ରାଣବାୟୁ

ହରଦୋଇ ୧୭-୯ (ଓଡ଼ିଆ ପୁଅ) ଜଣେ ଯୁବକକୁ ଜିଅନ୍ତା ଜଳାଇ ଦେଇଥିବା ମାମଲାରେ ଏବେ ଏକ ନୂଆ ମୋଡ଼ ସାମନାକୁ ଆସିଛି। ସୂଚନା ଅନୁସାରେ ଯେଉଁ ଯୁବକକୁ ଜିଅନ୍ତା ଜଳାଇ ଦିଆଯାଇଥିଲା, ସେ ଦଳିତ ବର୍ଗର ଥିଲା ଏବଂ ଯୁବତୀ ଯାହାକୁ ଭଲ ପାଉଥିଲା ସେ ଥିଲା ସବର୍ଣ୍ଣ। ଏହି କାରଣରୁ ଯୁବତୀର ପରିଜନମାନେ ଯୁବକକୁ ଖଟିଆରେ ବାନ୍ଧି ଜିଅନ୍ତା ଜଳାଇ ଦେଇଥିଲେ। ଏହାଶୁଣି ଯୁବକର ମା’ ବରଦାସ୍ତ କରିପାରିଲା ନାହିଁ ଏବଂ ମା’ର ମଧ୍ୟ ପ୍ରାଣ ଚାଲିଗଲା। ଏବେ ଏହି ମାମଲାରେ ପୋଲିସ ସେ ଝିଅ ସମେତ ତିନି ଜଣ ଲୋକଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଅଭିଷେକ ଓରଫ ମୋନୁ ନାମକ ଯୁବକର ଗ୍ରାମରେ ରହୁଥିବା ଶିବାନୀ ଗୁପ୍ତା ନାମକ ଯୁବତୀ ସହିତ ପ୍ରେମ ପ୍ରସଙ୍ଗ ଚାଲୁଥିଲା। ଗତ ଶନିବାର ରାତିରେ ମୋନୁ ନିଜର ପ୍ରେମିକାକୁ ମିଶିବାକୁ ତା’ ଘରକୁ ଯାଇଥିଲା। ଝିଅର ପରିଜନମାନେ ଯୁବକକୁ ଖଟିଆରେ ବାନ୍ଧିକରି ଜିଅନ୍ତା ଜଳାଇ ଦେଇଥିଲେ। ମୋନୁର ଚିତ୍କାର ଶୁଣି ଗାଁ ଲୋକ ପୋଲିସକୁ ସୂଚନା ଦେଇଥିଲେ। ତା’ ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ମୋନୁ ପ୍ରେମିକା ଘରୁ ଉଦ୍ଧାର କରି ଜିଲା ହସ୍ପିଟାଲରେ ଭର୍ତ୍ତି କରାଇଥିଲେ, ଯେଉଁଠାରେ ତା’ର ଅବସ୍ଥାସଙ୍କଟାପର୍ଣ୍ଣ ହୋଇଥିଲା ଏବଂ ଲକ୍ଷ୍ନୌ ରେଫର କରାଯାଇଥିଲା। କିନ୍ତୁ ରାସ୍ତାରେ ହିଁ ମୋନୁର ମୃତ୍ୟୁ ହୋଇଥିଲା।

୬ ବର୍ଷ ପୂର୍ବରୁ ଫେରାର ହୋଇଥିଲେ ପ୍ରେମୀ ଯୁଗଳ

ହରଦୋଇର ଏସପି ଆଲୋକ ପ୍ରିୟଦର୍ଶୀ ଗଣ ମାଧ୍ୟମକୁ କହିଛନ୍ତିଯ, ଗ୍ରାମର ମୋନୁ ଏବଂ ରାଧେଶ୍ୟାମର ଝିଆରୀକୁ ପ୍ରେମ କରୁଥିଲା। ପ୍ରାୟତଃ ୬ ବର୍ଷ ପୂର୍ବେ ପ୍ରେମୀ ଯୁଗଳ ଘର ଛାଡ଼ି ଫଳାଇଯାଇଥିଲେ, କିନ୍ତୁ ଝିଅ ଘରଲୋକେ ତାଙ୍କ ଖୋଜି ଫେରାଇ ଆଣିଥିଲେ। ଶନିବାରଦିନ ରାତିରେ ମୋନୁ ଯେତେବେଳେ ନିଜର ପ୍ରେମିକା ସହିତ ମିଶିବାକୁ ତା’ର ଘରେ ପହଁଚିଥିଲା ଝିଅର ସମ୍ପର୍କୀୟମାନେ ଏହି ଅମାନୁଷିକ କାଣ୍ଡ ଘଟାଇଥିଲେ। ଏସପି କହିଛନ୍ତି କି ଗ୍ରାମବାସୀମାନଙ୍କର ଅଭିଯୋଗଯେ, ମୋନୁ ସହିତ ଘଟିଥିବା ଘଟଣା ପରେ ତା’ର ମା’ର ହୃଦଘାତରେ ମୃତ୍ୟୁ ହୋଇଛି। କୁହାଯାଉଛି କି ଯୁବକର ମା’ ବହୁ ଦିନରୁ ରୋଗାକ୍ରାନ୍ତ ଥିଲେ।

ଉତ୍ତର ପ୍ରଦେଶ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କଲା କଂଗ୍ରେସ

ଦଳିତ ଯୁବକକୁ ଜିଅନ୍ତା ଜଳାଇ ଦେଇଥିବା ମାମଲାରେ କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୁରଜେବାଲା ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଅଙ୍ଗୁଳି ନିର୍ଦେଦଶ କରିଛନ୍ତି। କଂଗ୍ରେସ ନେତା ଟ୍ଵିଟ କରି କହିଛନ୍ତି, ବିଜେପି ରାଜରେ ଜଣେ ଦଳିତକୁ ଜିଅନ୍ତା ଜଳାଇଦିଆଯାଉଛି। ଅମାନବୀୟ ଏବଂ ଲଜ୍ଜାଜନକ। ଉତ୍ତର ପ୍ରଦେଶରେ ରାଜନୈତିକ ଲକ୍ଷ ହାସଲ କରିବା ପାଇଁ ସାମାଜିକ ଚଳଣୀ ଉପରେ ପ୍ରହାର ହେଉଛି। ରାଜନୈତିକ ରୋଟି ସେକୁଥିବା ସରକାରୀ ଦଳ ଚୁପ ବସିଛି। ଉତ୍ତର ପ୍ରଦେଶରେ ନା ମହିଳା ସୁରକ୍ଷିତ ନା ଦଳିତ ନା ହିଁ ପଛୁଆ ବର୍ଗ ସୁରକ୍ଷିତ ଅଛନ୍ତି।’