Odiapua.com

ଯୋଗକୁ ଅନିବାର୍ଯ୍ୟ ଶିକ୍ଷାରେ ସାମିଲ କରାଯାଉ; ସଂସଦରେ ପ୍ରସ୍ତାବ ରଖିଲେ ସରୋଜା ପାଣ୍ଡେ

ନୂଆଦିଲ୍ଲୀ: ଯୋଗକୁ ଅନିବାର୍ଯ୍ୟ ଶିକ୍ଷାରେ ସାମିଲ କରାଯାଉ ବୋଲି ସଂସଦରେ ପ୍ରସ୍ତାବ ଆଗତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ଛତିଶଗଡ଼ ରାଜ୍ୟସଭା ସାଂସଦ ଡଃ: ସରୋଜା ପାଣ୍ଡେ।ଯୋଗକୁ ଖୁବ୍ କମ ସମୟ ମଧ୍ୟରେ ଜୁନ ୨୧ କୁ “ବିଶ୍ୱ ଯୋଗ ଦିବସ” ରୂପେ ପାଳନ କରିବା ପାଇଁ ୟୁଏନରେ ସ୍ୱୀକୃତି କରାଇ ପାରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ସଦନରେ ସରୋଜା କହିଛନ୍ତି, “ଯୋଗ ଜୀବନର ଏକ ଅନିର୍ବାଜ୍ୟ ଅଙ୍ଗ।ଏହା ଆମ ଭାରତୀୟ ସଂସ୍କୃତି ଅଟେ।ଆଉ ଯେବେ ଆମେ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇଲେ ଏହି ସଂଘର୍ଷ ପୂର୍ଣ୍ଣ ଜୀବନ ଆହୁରି ସଙ୍ଘର୍ଷମୟ ହୋଇଗଲା।ଆମେ ଧୀରେ ଧୀରେ ଯୋଗକୁ ଭୁଲି ଯାଇଛେ।ମୁଁ ଅନୁରୋଧ କରୁଛି, ଯୋଗକୁ ଅନିର୍ବାଜ୍ୟ ଶିକ୍ଷାରେ ସାମିଲ କରାଯାଉ।ସରୋଜା କହିଥିଲେ, ଯଦି ପିଲାଙ୍କୁ ଅଳ୍ପ ବୟସରୁ ଯୋଗ ଶିକ୍ଷା ମିଳିବ, ତେବେ ଆଗାମୀ ଦିନରେ ଏହି ସଂଘର୍ଷପୂର୍ଣ୍ଣ ଜୀବନକୁ ସେମାନେ ଭଲ ଭାବରେ ସମ୍ମୁଖୀନ କରି ପାରିବେ।ଏବଂ ସେମାନଙ୍କର ଏକ ଭଲ ବ୍ୟକ୍ତିତ୍ୱର ବିକାଶ ହୋଇପାରିବ।/ଦେବଦତ୍ତ