Odiapua.com

ବିଷ୍ଣୁ ସେଠୀଙ୍କ ଆଶୁ ଆରୋଗ୍ୟ ପାଇଁ ପୂଜାର୍ଚ୍ଚନା; ଦୀପଦାନ ..

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କୋଭିଡ୍ ଆକ୍ରାନ୍ତ ହୋଇ ଏବେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ବିଷ୍ଣୁ ସେଠୀଙ୍କ ଆଶୁ ଆରୋଗ୍ୟ ପାଇଁ ବିଜେପି ନେତା ମାନେ କାମନା କରିଛନ୍ତି। ଏ’ ଭିତରେ ଭଦ୍ରକ ବିଜେପିର ବିଭିନ୍ନ ନେତା ତଥା ସଙ୍ଗଠନ ପକ୍ଷରୁ ବିଷ୍ଣୁ ସେଠୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ ଏବଂ ପୂଜାର୍ଚ୍ଚନା ଆଦି କରାଯାଉଛି। ଭଣ୍ଡାରପୋଖରୀ ନିର୍ବାଚନ ମଣ୍ଡଳୀ ଅଞ୍ଚଳର ନେତା ବଦ୍ରୀ ନାରାୟଣ ଧଳ ନପଙ୍ଗ ଭୋଳେଶ୍ବର ମହାଦେବ ମନ୍ଦିରରେ ଯାଇ ପୂଜାର୍ଚ୍ଚନା କରିଛନ୍ତି। ସେହିପରି ଭଦ୍ରକ ବିଜେପି ପକ୍ଷରୁ ଆରେଡ଼ି ସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିରରେ ବିଷ୍ଣୁ ସେଠୀଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ପୂଜାର୍ଚ୍ଚନା କରାଯାଇଛି। ଏଥିରେ ବିଜେପି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ଏସସି ମୋର୍ଚ୍ଚା ସଭାପତି ପ୍ରମୋଦ ସୁତାରଙ୍କ ସମେତ ଯୁବନେତା ସରୋଜ ପରିଡ଼ା, ସୁରଜ ସାହୁ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲିପିକା ବାରିକ, ସମ୍ପାଦିକା ନବନିତା ନାୟକ, ବିଷ୍ଣୁପ୍ରିୟା ଲେଙ୍କା, ମହିଳା ମୋର୍ଚ୍ଚା ଜିଲ୍ଲା ଆଇଟି ସେଲ୍ ପ୍ରମୂଖ ସ୍ୱର୍ଣ୍ଣଲତା ମିଶ୍ରଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ସାମିଲ୍ ହୋଇଥିଲେ।
-@Dr