Odiapua.com

ଗୁଜୁରାଟରେ ନିର୍ମାଣ ଚାଲିଛି ଦୁନିଆର ସବୁଠୁ ବଡ଼ କ୍ରିକେଟ ସ୍ଥାଡିୟମ

ଅହମଦାବାଦ:ଗୁଜୁରାଟର ଅହମଦାବାଦରେ ନିର୍ମାଣ ଚାଲିଛି ଦୁନିଆର ସବୁଠାରୁ ବଡ଼ କ୍ରିକେଟ ସ୍ଥାଡିୟମ।ଗୁଜୁରାଟ କ୍ରିକେଟ ସଂଘ(ଜେସିଏ)ର ଉପାଧ୍ଯକ୍ଷ ପରିମଲ ନଥବାନୀ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଫଟୋ ସେୟାର କରି ଟ୍ୱିଟ କରିଛନ୍ତି “ପୂରା ଦୁନିଆରେ ଜିସିଏର ଡ୍ରିମ ପ୍ରୋଜେକ୍ଟ ଭାରତର ଶାନ୍ ହୋଇଯିବ।”ଏହି ଷ୍ଟାଡିୟମର ଦର୍ଶକ ବସିବା କ୍ଷମତା ୧,୧୦,୦୦୦।ଯେତେବେଳେ କି ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡର ଦର୍ଶକ ବସିବା କ୍ଷମତା ୧,୦୦,୦୦୪ ଅଟେ।/ଦେବଦତ୍ତ