Odiapua.com

ଟୋକିଓ ଅଲିମ୍ପିକ୍ସ ୨୦୨୦: ଗଲ୍ଫରେ ଭାରତକୁ ପଦକ ଆଶା – ଆଦିତୀ ଅଶୋକ ତୃତୀୟ ରାଉଣ୍ଡ ପରେ ଦ୍ୱିତୀୟ ସ୍ଥାନରେ

ନୂଆ ଦିଲ୍ଲୀ ୬ ଅଗଷ୍ଟ (ଓଡ଼ିଆ ପୁଅ) ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ଉପରେ ଦୃଷ୍ଟି ରଖିଥିଲା କିନ୍ତୁ ପରାଜୟର ସମ୍ମୁଖାନ ହେଲେ ମଧ୍ୟ ଭାରତୀୟଙ୍କର ହୃଦୟ ଜିତି ପାରିଛନ୍ତି ଝିଅମାନେ। ଭଲଭାବରେ ଲଢ଼ି, ଗ୍ରେଟ ବ୍ରିଟେନଠାରୁ ୩-୪ରେ ପରାସ୍ତ ହୋଇଛନ୍ତି। ଅପର ପକ୍ଷରେ ଇରାନର ମୋର୍ଟେଜା ଘିଆସିଙ୍କୁ ପରାଜିତ କରି ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ରେସଲିଂରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ବଜରଙ୍ଗ ପୁନିଆ। ସେ ମଧ୍ୟ ଭାରତକୁ ଆଉ ଏକ ପଦକ ଦେବେ ବୋଲି ଆଶା କରାଯାଉଛି।

ତେବେ ଇପର ପକ୍ଷରେ ଚାରି ରାଉଣ୍ଡର ବ୍ୟକ୍ତିଗତ ଷ୍ଟ୍ରୋକପ୍ଲେ ଗଲ୍ଫ ପ୍ରତିଯୋଗିତାରେ ଆଦିତୀ ଅଶୋକ ପଦକ ଦ୍ୱିତୀୟ ସ୍ଥାନରେ ତୃତୀୟ ରାଉଣ୍ଡ ପରେ ରହିଛନ୍ତି।

ଆସନ୍ତାକାଲି ମହିଳା ଗଲ୍ଫର ୪ର୍ଥ ତଥା ଅନ୍ତିମ ରାଉଣ୍ଡ ଏକ ଘଣ୍ଟା ପୂର୍ବରୁ ହେବ। ଇଭେଣ୍ଟ ବର୍ତ୍ତମାନ ୬:୩୦ AM JST (୩:୦୦ AM IST) ରେ ଆରମ୍ଭ ହେବ।

ଆସନ୍ତାକାଲି ବଜ୍ରପାତର ପୂର୍ବାନୁମାନ ଅନୁଯାୟୀ, ଯଦି ୪ର୍ଥ ରାଉଣ୍ଡ ବାତିଲ ହୁଏ ତେବେ ଆଦିତୀ ଅଶୋକ ଅଟୋମେଟିକ ଭାବରେ ରୌପ୍ୟ ପଦକ ଜିତିବେ।

ଆଦିତୀ ଅଶୋକଙ୍କର ୬୭, ୬୬, ୬୮ ସ୍କୋର ରହିଛି। ତୃତୀୟ ସ୍ଥାନିତ ଗଲ୍ଫର୍ମାନଙ୍କ ଉପରେ ତାଙ୍କର ୨ ଷ୍ଟ୍ରୋକ୍ ଲିଡ୍ ଅଛି। ଆସନ୍ତାକାଲି ୪ର୍ଥ ରାଉଣ୍ଡ ପରେ, ଯାହାର ଶ୍ରେଷ୍ଠ ହେବ ସେ ଏହି ପ୍ରତିଯୋଗିତାରେ ଜିତିବେ।