Odiapua.com

ଯୁବତୀଙ୍କ ଉନ୍ମତ୍ତ କାଣ୍ଡ:ଗଣ୍ଡଗୋଳ କରି ଉଲଗ୍ନ ହୋଇଗଲେ!

ମୁମ୍ୱାଇ;୧୯,ଅକ୍ଟୋବର:ନିଶାରେ ଚୁର ହୋଇ ଉନ୍ମତ୍ତ କାଣ୍ଡ କରିଛନ୍ତି ଜଣେ ଯୁବତୀ।ସର୍ବ ସମ୍ମୁଖରେ ଉଲଗ୍ନ ହୋଇ ଗଣ୍ଡଗୋଳ କରିଛନ୍ତି।ମୁମ୍ୱାଇର ଓଶିୱାରାରେ ଜଣେ ଯୁବତୀ ତାଙ୍କ ଆପାର୍ଟମେଣ୍ଟର ୱାଚ୍‌ମ୍ୟାନ୍‌ଙ୍କ ସହିତ ଝଗଡ଼ା ଲାଗିବା ପରେ ଉଲଗ୍ନ ହୋଇଯାଇଛନ୍ତି।ଯୁବତୀଙ୍କ ସହ ପାଟିତୁଣ୍ଡ ହେବା ପରେ କଥା ଅସମ୍ଭାଳ ହେବାରୁ ୱାଚ୍‌ମ୍ୟାନ୍‌ ପୁଲିସ୍‌କୁ ଡାକିଥିଲେ।କିନ୍ତୁ,ପୁଲିସ୍‌କୁ ଦେଖି ଯୁବତୀ ଜଣଙ୍କ ଦେହରୁ ସବୁ ପୋଷାକ ଓହ୍ଲାଇ ଦେଇଥିଲେ ଓ ଉଲଗ୍ନ ହୋଇ ୱାଚ୍‌ମ୍ୟାନ୍‌ଙ୍କୁ ମାଡ଼ ମାରିଥିଲେ।ଏହାର ଭିଡିଓ ସୋଶାଲ୍ ମିଡିଆରେ ଖୁବ୍‌ ଭାଇରାଲ୍ ହେଉଛି।ମିଳିଥିବା ସୂଚନା ଅନୁଯାୟୀ ନିଶାରେ ଚୂର ହୋଇ ଯୁବତୀ ଜଣଙ୍କ ୱାଚ୍‌ମ୍ୟାନ୍‌ଙ୍କୁ ସିଗାରେଟ୍ ଆଣିବାକୁ କହିଥିଲେ।ହେଲେ ୱାଚ୍‌ମ୍ୟାନ୍‌ ମନା କରି ଦେଇଥିଲେ।ଏହା ପରେ ଯୁବତୀ ଜଣଙ୍କ ତାଙ୍କୁ ଗାଳି ଗୁଲଜ ଆରମ୍ଭ କରି ଗଣ୍ଡଗୋଳ କରିଥିଲେ ଏବଂ ଉଲଗ୍ନ ହୋଇ ଯାଇଥିଲେ।/ଦେବଦତ୍ତ

https://youtu.be/Vk8wX95Ofnw