Odiapua.com

ମହିଳା ଇଞ୍ଜିନିୟର, ମା’ ଓ ଭାଇକୁ ଛୁରୀମାରି ୫-ଦିନ ବ୍ରେକ୍ ନେଇ ବଏଫ୍ରେଣ୍ଡ ସହିତ ଆଣ୍ଡାମାନ ପଳେଇଲା – ଗିରଫ

ନୂଆ ଦିଲ୍ଲୀ ୬-୨ (ଓଡ଼ିଆ ପୁଅ) ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ୩୩ ବର୍ଷୀୟ ମହିଳା ଟେକି ନିଜର ମା’ କୁ କର୍ଣ୍ଣାଟକର ବାଙ୍ଗାଲୁରୁରେ ଛୁରୀମାରି ହତ୍ୟା କରିଛି। ନିଜ ଛୋଟ ଭାଇକୁ ମଧ୍ୟ ମରଣାତ୍ମକ ଆକ୍ରମଣ କରିବା ପରେ ନିଜର ବଏ ଫ୍ରେଣ୍ଡ ସାଥିରେ ଆଣ୍ଡାମାନ ଏବଂ ନିକୋବାର ଦ୍ୱିପପୁଞ୍ଜ ବିମାନରେ ଫଳେଇ ଯାଇଥିଲା। ତାକୁ ପୋର୍ଟ ବ୍ଲେୟାରରୁ ପୋଲିସ୍ ଗିରଫ କରିଛି।

ଏହା ପ୍ରଥମ ଘଟଣା ହୋଇପାରେ ଯେଉଁଠି ଜଣେ ଝିଅ ନିଜର ମା’ କୁ ହତ୍ୟା କରିଛି।

ବୁଧବାରଦିନ ବାଙ୍ଗାଲୁରୁ ପୋଲିସ୍ ର ଏକ ଟିମ ପୋର୍ଟ ବ୍ଲେୟାରରୁ ଅମୃତା ଏବଂ ତା’ର ପ୍ରେମିକ ଶ୍ରୀଧର ରାଓକୁ ଗିରଫ କରିଛି।

ବାଙ୍ଗାଲୁରୁର ଏକ କମ୍ପାନୀରେ ସଫ୍ଟୱେୟାର ଇଂଜିନିୟର ଭାବରେ କାର୍ଯ୍ୟରତ ଅମୃତା ୨ ଫେବୃଆରିରେ ନିଜର ୫୨ ବର୍ଷୀୟ ମା’ ନିର୍ମଳାକୁ କଥିତ ଭାବରେ ଛୁରୀ ମାରି ହତ୍ୟା କରିଥିଲା ଏବଂ ତା’ର ଭାଇ ହରୀଶ ଉପରେ ମଧ୍ୟ ମରଣାତ୍ମକ ଆକ୍ରମଣ କରିଥିଲା।

ରିପୋର୍ଟ ଅନୁସାରେ ନିଜର ପ୍ରେମୀ ରାଓ ସହିତ ଏହି ଘଟଣା ପରେ ମିଶିଥିଲା ଏବଂ ଦୁଇଜଣ ସକାଳେ ପାଞ୍ଚଟା ୩୦ ମିନଟରେ ପୋର୍ଟ ବ୍ଲେୟାର ପାଇଁ ବିମାନ ଯାତ୍ରା କରିଥିଲେ।

ଆକ୍ରମଣ ପରେ ଆହତ ଭାଇ ହରୀଶ କୌଣସିମତେ ପୋଲିସକୁ ଫୋନ କରିବାକୁ ସକ୍ଷମ ହୋଇଥିଲା ଏହାପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ସେ ପୋଲିସ୍ କୁ ଏହା କହିଛି।

ହରୀଶ ପୋଲିସ୍ କୁ କହିଥିଲା ସୋମବାରଦିନ ସକାଳେ ତା’ର ଭଉଣୀ କିଛି ଖୋଜୁଥିବାର ଦେଖିଥିଲା ଏବଂ କ’ଣ ଖୋଜୁଛି ବୋଲି ସେ ପଚାରିବା ସହିତ ତା’କୁ ସାହାଯ୍ୟ କରିବାପାଇଁ ସେ କହିଥିଲା, କିନ୍ତୁ ତା’ ଭଉଣୀ ଏହାକୁ ଅସ୍ୱୀକାର କରିଥିଲା।

ଏହାର କିଛି ସମୟ ପରେ ସେ ତା’ ଉପରେ ମରଣାତ୍ମକ ଆକ୍ରମଣ କରିଥିଲା ଯେତେବେଳେ ହରୀଶ ମା’କୁ ରକ୍ଷା କରିବା ପାଇଁ ଡାକିଲା ସେତେବେଳେ, ତା’ ଭଉଣୀ କହିଲା କି ସେ ନିଜର ମା’ କୁ ମାରିଦେଇଛି।

ତା’ ପରେ ପୋଲିସକୁ କହିଲା କି ତା’ ଭଉଣୀ ତାକୁ ଲୁହା ରଡରେ ଆକ୍ରମଣ କରିଥିଲା।

ଏହା ପୂର୍ବରୁ, ଅମୃତା ନିଜେ ନିଜର ମା’ ଏବଂ ୩୦ ବର୍ଷୀୟ ଭାଇକୁ କହିଥିଲାଯେ, ହାଇଦ୍ରାବାଦକୁ ତା’ର ଟ୍ରାନ୍ସଫର ହୋଇଯାଇଛି ଏବଂ ତାଙ୍କୁ ଯିବାକୁ ପଡ଼ିପାରେ।

ଅବଶ୍ୟ ଏହି ହତ୍ୟା ପଛର ଲକ୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ଗଣମାଧ୍ୟମ ସୂତ୍ରରୁ ଜଣା ପଡ଼ିଛିଯେ, ଏହି ହତ୍ୟାକାଣ୍ଡର ଲକ୍ଷ ଆର୍ଥିକ ଲାଭ କିମ୍ବା ପ୍ରେମ ସଂପର୍କରେ ବାଧା ନୁହେଁ, ମାନସିକ ଦୁଶ୍ଚିନ୍ତା ଏହାର କାରଣ ହୋଇପାରେ।

ରିପୋର୍ଟ ଅନୁସାରେ, ଅମୃତା ନିଜର ପରିବାରପାଇଁ ବଡ଼ ରାଶି କରଜ କରିଥିଲା। ଅମୃତାର ପିତାଙ୍କର ଚିକିତ୍ସା ପାଇଁ ୨୦୧୩ ରେ ୪ ଲକ୍ଷ ଟଙ୍କାର ଋଣ ନେଇଥିଲା, ତା’ର ପିତା ଫୁସଫୁସ କ୍ୟାନସରରେ ପୀଡ଼ିତ ଥିଲେ। ସମୟ ଗଡ଼ି ଚାଲିବା ପରେ ପରିବାରର ସଦସ୍ୟ ଋଣ ପଇଠ କରିବାରେ ବିଫଳ ହେଲେ, କରଜ ବଢ଼ି ବଢ଼ି ପ୍ରାୟତଃ ୧୮ ଲକ୍ଷ ଟଙ୍କା ହୋଇଯାଇଥିଲା।

ଅମୃତା ବୋଧହୁଏ ନିଜର ପରିବାରକୁ ଏହି ସଂକଟରୁ ମୁକ୍ତ ହେବାକୁ ଚାହୁଁଥିଲା ଏବଂ ସେ କଥିତ ଭାବରେ ନିଜର ମା’ ଏବଂ ଭାଇକୁ ମାରି ନିଜେ ଆତ୍ମହତ୍ୟା କରିବା ପାଇଁ ନିଷ୍ପତି ନେଇଥିଲା। ପୂର୍ବ ନିୟୋଜିତ ଯାତ୍ରା ଏକ ଶେଷ ଛୁଟି ଥିଲା ଯାହା ସେ ନିଜର ପ୍ରେମୀକକୁ ପ୍ରତିଶୃତି ଦେଇଥାଇପାରେ ଏହା ପରେ ସେ ନିଜର ଜୀବନ ନେବାକୁ ସ୍ଥିର କରିଥିଲା।