Odiapua.com

କରୋନା ଟୀକାକରଣର ୧୩୦ ଘଣ୍ଟା ପରେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ – ମୃତକଙ୍କ ପୁଅ ଟିକା ଉପରେ ଉଠାଇଲେ ପ୍ରଶ୍ନ

ଗୁରୁଗ୍ରାମ ୨୨-୧ (ଓଡ଼ିଆ ପୁଅ) ନୂଆ ଦିଲ୍ଲୀ ନିକଟ ହରିଆଣାର ଗୁରୁଗ୍ରାମରେ କରୋନା ଟୀକାକରଣର ୧୩୦ ଘଣ୍ଟା ପରେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି। ଏହା ପରେ ମୃତକଙ୍କ ପୁଅ ଟିକା ଉପରେ ଉଠାଇଲେ ପ୍ରଶ୍ନ ଉଠୀଇଛନ୍ତି। ଏହାକୁ ନେଇ ପୋଲିସ ଷ୍ଟେସନରେ ଅଭିଯୋଗ ମଧ୍ୟ ହୋଇଛି।
ସୂଚନାଯୋଗ୍ୟଯେ, କରୋନା ମହାମାରୀ ମଧ୍ୟରେ ଦେଶରେ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯାଉଛି। କିନ୍ତୁ ଏକ ଦୁଃଖ ସମ୍ବାଦ ଆସିଛି ଗୁରୁଗ୍ରାମରୁ। ଗୁରୁଗ୍ରାମରେ କରୋନା ଟିକାକରଣ ହେବାର ୧୩୦ ଘଣ୍ଟା ପରେ ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ସଦସ୍ୟ ଗୁରୁଗ୍ରାମର ନ୍ୟୁ କଲୋନୀ ପୋଲିସ ଷ୍ଟେସନରେ କରୋନା ଟୀକାକରଣ ନେଇ ଅଭିଯୋଗ କରିଛନ୍ତି। ସ୍ୱାସ୍ଥ୍ୟ କର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ଉପରେ ଗୁରୁଗ୍ରାମର ସିଏମଓ କହିଛନ୍ତି ଯେ ମାମଲାର ତଦନ୍ତ ଚାଲିଛି। ଏପର୍ଯ୍ୟନ୍ତ କୌଣସି ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ ଆସିନାହିଁ।

ପ୍ରକୃତରେ, କୃଷ୍ଣ କଲୋନୀରୁ ଆସିଥିବା ୫୫ ବର୍ଷୀୟ ରାଜୱନ୍ତୀଙ୍କୁ ଭଙ୍ଗ୍ରୌଲା PHC କେନ୍ଦ୍ରରେ ସୁପରଭାଇଜର ଭାବରେ ପୋଷ୍ଟିଂ କରାଯାଇଥିଲା। ଜାନୁଆରୀ ୧୬ ରେ, ରାଜୱନ୍ତୀଙ୍କୁ କରୋନା ଟିକା ଦିଆଯାଇଥିଲା। ମାତ୍ର ୧୩୦ ଘଣ୍ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏଭଳି ପରିସ୍ଥିତିରେ ମୃତକଙ୍କ ପୁଅ କରୋନା ଟିକା ଉପରେ ପ୍ରଶ୍ନ ଉଠାଇଛନ୍ତି।

କେବଳ ଏତିକି ନୁହେଁ ମୃତକଙ୍କ ପରିବାର ମଧ୍ୟ ପୋଲିସ ଷ୍ଟେସନରେ କରୋନା ଟୀକାକରଣ ନେଇ ଅଭିଯୋଗ କରିଛନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ ଟୀକାକରଣ ତୁରନ୍ତ ବନ୍ଦ କରାଯାଉ।

ଏଥି ସହ ଗୁରୁଗ୍ରାମର ସିଏମଓଙ୍କ ବିବୃତ୍ତି ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଆସିଛି। ସେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି। ମୃତକଙ୍କ କୌଣସି ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ ପାଇନାହିଁ। ବର୍ତ୍ତମାନ ପରିବାର ଟୀକା ନେଇ ପ୍ରଶ୍ନ ଉଠାଉଛନ୍ତି। ତେବେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମୃତ୍ୟୁ ଏବଂ ଟୀକାକରଣ ମଧ୍ୟରେ କୌଣସି ସମ୍ପର୍କ ଅଛି କି ନାହିଁ ସେ ସମ୍ପର୍କରେ କୌଣସି ପ୍ରମାଣ ମିଳିପାରି ନାହିଁ।

ସୂଚନାଯୋଗ୍ୟଯେ, ପୂର୍ବରୁ ଟୀକାକରଣ ସମୟରେ ଦିଲ୍ଲୀର ୫୨ ଜଣ ସ୍ୱାସ୍ଥ୍ୟ କର୍ମୀ ଟୀକାକରଣ ପରେ କିଛି ସମସ୍ୟା ଅନୁଭବ କରିଥିଲେ। ସେମାନଙ୍କ ମଧ୍ୟରୁ କେତେକ ଆଲର୍ଜି ଅଭିଯୋଗ କରିଥିଲେ ଏବଂ କେତେକ ନର୍ଭସ ହୋଇଯାଇଥିଲେ। ଏହିମାନଙ୍କ ମଧ୍ୟରୁ ଜଣକୁ AEFI କେନ୍ଦ୍ରକୁ ପଠାଯାଇଥିଲା। ତେବେ କାହାର ଗୁରୁତର ସମସ୍ୟା ନଥିଲା।

ଟୀକାକରଣର ଦ୍ୱିତୀୟ ଦିନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କରୋନା ଟୀକାକରଣ ପରେ ଏପର୍ଯ୍ୟନ୍ତ ସମୁଦାୟ ୪୪୭ ଜଣଙ୍କ ଉପରେ ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥିଲା। ଏଥିମଧ୍ୟରୁ ତିନି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।

ପୁନଶ୍ଚ ସୂଚନାଯୋଗ୍ୟଯେ, ସରକାର ପ୍ରତ୍ୟେକ କେନ୍ଦ୍ରରେ AEFI କେନ୍ଦ୍ର ନିର୍ମାଣ କରିଛନ୍ତି, ଯେଉଁଠାରେ ଟୀକାକରଣ ପରେ ପାର୍ଶ୍ୱ ପ୍ରତିକ୍ରିୟା କ୍ଷେତ୍ରରେ ଚେକଅପ୍ ସୁବିଧା ଉପଲବ୍ଧ। ଜାନୁଆରୀ ୧୬ ରୁ ଦେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରୋନା ଟୀକାକରଣର ଶୁଭାରମ୍ଭ କରିଥିଲେ।